Breaking News

ବ୍ରଜରାଜନଗରରେ ଶାଇ ପାଲିଙ୍କି ଯାତ୍ରା , ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଶାଇ ଭକ୍ତ

Date:15-01-2020



 ବ୍ରଜରାଜନଗର :---   ଆଜି ବୁଧବାର ଦିନ ମକର ସଂକ୍ରାନ୍ତି ଅବସରରେ ଶିରିଡି ଶାଇ ବାବାଙ୍କ ୮ ତମ ମହା ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବାବାଙ୍କ ଏହି ପାଲିଙ୍କ ଯାତ୍ରା ଅଞ୍ଚଳରେ ଐତିହାସିକ ପାଲିଙ୍କି ଯାତ୍ରା ବୋଲି କୁହାଯାଉଛି ।ଗତକାଲି ମଙ୍ଗଳବାର ଦିନ ସଂଧ୍ୟାରେ ଇଏସଆଇ ଛକସ୍ଥିତ ରବିନ୍ଦ୍ର ଦିକ୍ଷୀତ୍ ଙ୍କ ଘରେ ବାବାଙ୍କ ଆରତୀ ଓ ସଂଧ୍ୟା ପ୍ରସାଦ ଲାଗିଥିଲା ।ଏଥିରେ ସହରର ଶତାଧିକ ଶାଇ ଭକ୍ତ ଆରତୀ ଦର୍ଶନରେ ଆସି ଯୋଗଦେଇଥିଲ ।ଆଜି ସକାଳୁ ୭ଟା ସମୟରେ କାକଡା ଆରତୀ ହେଲାପରେ ୮ ଟା  ସମୟରେ ବାବାଙ୍କ ଶାଇ ପାଲିଙ୍କି ଇଏସଆଇ ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ତେଲନପାଲି ,ରେମଜା ହୋଇ ମହାବିରନଗର,ମଣ୍ଡଳିଆଠାରେ ପହଞ୍ଚିଲା ପରେ ସେଠାରେ ବିଭିନ୍ନ କ୍ଳବ ଓ ସ୍ୱଛାସେବୀ ଅନୁଷ୍ଠାନ ପକ୍ଷରୁ ଶାଇଭକ୍ତ ମାନେ ବାବାଙ୍କୁ ସ୍ୱ।ଗତ ଜଣାଇ ପୂଜାପାଠ କରିଥିଲେ ।ଦ୍ୱିପହରେ ସ୍ଥାନୀୟ ବୁଢୀଯାମ ଠାରେ ବାବାଙ୍କ ଆରତୀ ହେଲା ପରେ ପ୍ରସାଦ ଲାଗିଥିଲା ।ପରେ ଏହି ଶୋଭାଯାତ୍ରା ଲମଟିବାହାଲ ହୋଇ ସଂଧ୍ୟାରେ ଠାକୁରପଡା ଠାରେ ପହଞ୍ଚିଲା ପରେ ସଂଧ୍ୟା ଆରତୀ କରାଯାଇ ମୁଖ୍ୟବଜାର ହୋଇ ଶୋଭାଯାତ୍ରା ଇଏସଆଇ ଛକଠାରେ ବିଳମ୍ବିତ ରାତିରେ ପହଞ୍ଚିଥିଲା ।ବାବାଙ୍କ ଅନୁଷ୍ଠିତ ଏହି ପାଲିଙ୍କି ଶୋଭାଯାତ୍ରାରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି,ପୂର୍ବତନ ବିଧାୟକ ତଥା ପଣ୍ୟାଗାର ନିଗମ ଅଧକ୍ଷ ଅନୁପ ସାଏ,ଜିଲ୍ଲା ବିଜେଡି ଉପସଭାପତି ବିଶ୍ୱନାଥ ନାୟକ,ଟାଉନ୍ ବିଜେଡି ସଭାପତି ଜୟନ୍ତ ଦିକ୍ଷୀତ୍ ବିଜେପିର ବରିଷ୍ଠ ନେତା ଅନିଲ ନାୟକ,ସୁଶୀଲୀ ପୁରୋହିତ ଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଅଞ୍ଚଳର ଶତାଧିକ ମହିଳା ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଅନୁଷ୍ଠିତ ପାଲିଙ୍କି ଶୋଭାଯାତ୍ରାରେ ସୋନପୁରର ମହିଳା କୀର୍ତ୍ତନ ମଣ୍ଡଳି ଓ ଡୁଙ୍ଗୁରୀପାଲିର ପ୍ରଖ୍ୟାତ ଦୁଲୁଦୁଲି ବାଦ୍ୟ ବେଶ୍ ଆକର୍ଷଣ ଥିଲା ।ଶ୍ରୀ ଶିରିଡି ଶାଇ ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠାତା ସଭ୍ୟ ଶଶାଙ୍କ ଦିକ୍ଷୀତ୍,ସଭାପତି ଗୋପାଳ ଚନ୍ଦ୍ର ନାୟକ,ସାଧାରଣ ସଂପାଦକ ରବି ନାୟର, ଯୁଗ୍ମ ସଂପାଦକ ଅନିଲ କୁମାର ଦାଶ,କାର୍ଯ୍ୟକାରି ସଭାପତି ମେଘୁ ବାଗ,କୋଷାଧ୍ୟକ୍ଷ ପପୁ ନନ୍ଦ,କ୍ଷୀରୋଦ ରାଉତ,କିରଣ ଦାଶ,ସୁଶାନ୍ତ ବେହେରା,କରଣ ଜଗତ,ରାଜୁ ପଥ୍ରିଆ,ଚନ୍ଦୁଲ ବାଗ,ରଞ୍ଜନ ଦାଶ,ରାଜା ଦାଶ ପ୍ରମୁଖ ଏହି ପାଲିଙ୍କି ଯାତ୍ରାର ନେତୃତ୍ବ ନେଇଥିଲେ ।

Latest News