Breaking News

ବେଦାନ୍ତ ଲିଃ ଝାରସୁଗୁଡା ଦ୍ୱାରା ରାଷ୍ଟ୍ରୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ

Date:19-12-2019



୧୫ ଡିସେମ୍ବର ଦିନ ଝାରସୁଗୁଡା ସ୍ଥିତ ବେଦାନ୍ତ ଲିଃ ପକ୍ଷରୁ ୨୮ତମ ରାଷ୍ଟ୍ରୀୟ ଶକ୍ତି ସଂରକ୍ଷଣ ସପ୍ତାହ ଉଦଯାପିତ ହୋଇଯାଇଛି। ଏହି ସଭାରେ ବେଦାନ୍ତ ସିଇଓ ସି ଏନ ସିଂ ମେଟାଲ ଡ଼ାଇରେକ୍ଟର ଜି ଜି ପଲ ସ୍ମେଲ୍ଟର-୧ ର ମୁଖ୍ୟ କ୍ଲିଣ୍ଟ ଏବଂ ଆର୍ ଏଣ୍ଡ ଡି ର ମୁଖ୍ୟ ହିଲିଓ ଟ୍ରୁସି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢାଇଥିଲେ।
୮ ଡିସେମ୍ବର ରେ ଏହି ସପ୍ତାହର ଆରମ୍ଭ ହୋଇଥିଲା ଏବଂ ପର୍ଯ୍ୟାନୁକ୍ରମେ ବିଭିନ୍ନ କୁଇଜ, କାର ପୁଲିଂ, ଚିତ୍ରାଙ୍କନ, ନମୁନା ପ୍ରଦର୍ଶନ ପ୍ରତିଯୋଗିତାରେ ଆୟୋଜନ ହୋଇଥିଲା ଯେଉଁଥିରେ କମ୍ପାନୀ କର୍ମଚାରୀ, ସାଥି କର୍ମଚାରୀ ଏବଂ ପାରିପାର୍ଶ୍ବିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଉଦ୍ୟାପନୀ ସମାରୋହରେ ଉତ୍ତୀର୍ଣ୍ଣ ବ୍ୟକ୍ତି ଯଥା ଛାତ୍ରଛାତ୍ରୀଙ୍କୁ କମ୍ପାନୀ ତରଫରୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସିଇଓ ସିଏନ ସିଂ, ଶକ୍ତି ସଂରକ୍ଷଣର ଆବଶ୍ୟକତାକୁ ନେଇ ବେଦାନ୍ତ ଓ ଏହାର କର୍ମଚାରୀ ସଠିକ ଭାବେ ସଚେତନ ଓ କମ୍ପାନୀ ଏହାର ବିକାଶ ଦିଗରେ ବିଭିନ୍ନ ଶିଳ୍ପବିଜ୍ଞାନର ପ୍ରୟୋଗ କରୁଛି ବୋଲି ମତବ୍ୟକ୍ତ କରିଥିଲେ।
ଡିଏଭି ସ୍କୁଲ, ସାଇଣ୍ଟ ମ୍ୟାରି ହାଇସ୍କୁଲ, ମଙ୍ଗଳ ବଜାର ବାଳକ ବିଦ୍ୟାଳୟ ଏବଂ ପୁରୁଣାବସ୍ତି ସ୍ଥିତ ମୁନିସିପାଲିଟି ହାଇସ୍କୁଲ ରେ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ ଶକ୍ତି ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟିକରିବା ନିମନ୍ତେ ବେଦାନ୍ତ କର୍ମଚାରୀଙ୍କ ଦ୍ୱାରା ଅନେକ ତଥ୍ୟ ପ୍ରଦାନ କରାଯାଇଥିଲା। ବେଦାନ୍ତ ଟାଉନ୍ସିପର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସହଯୋଗୀ କମ୍ପାନୀ ସିମେନ, ଏଲଆଇପିଏଲ, ପିଏପିଏଲ, ଟିପିଏସ ଦ୍ୱାରା ବିଭିନ୍ନ କୁଶଳୀ ଶିଳ୍ପବିଜ୍ଞାନର ନମୁମ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ କମ୍ପାନୀର ବିଭିନ୍ନ ସ୍ଥାନରେ ୨୦୦ ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଥିଲା। 
ଶକ୍ତି ସଂରକ୍ଷଣ ନିମନ୍ତେ ବେଦାନ୍ତ ଦ୍ୱାରା ଗ୍ରହଣ କରାଯାଇଥିବା ଉନ୍ନତ ପଦକ୍ଷେପକୁ ସିଇଏମ, ସିଆଇଆଇ, ଏସ୍ଇଇଏମ୍, ଶକ୍ତି କ୍ଷମତାର ବ୍ୟୁରୋ ଏବଂ ଶକ୍ତି ମନ୍ତ୍ରାଳୟ ଭଳି ବିଶ୍ୱସ୍ତରୀୟ ମଞ୍ଚଦ୍ୱାରା ସମ୍ମାନିତ କରାଯାଇଛି। ଆଜି ପର୍ଯ୍ୟନ୍ତ ଶକ୍ତି ସଂରକ୍ଷଣ ନିମନ୍ତେ ବେଦାନ୍ତ ଦ୍ୱାରା ୭୦ରୁ ଉର୍ଦ୍ଧ୍ବ ଶିଳ୍ପବିଜ୍ଞାନ ଯୋଜନାର କାର୍ଯ୍ୟକାରି କରାଯାଇଛି। ଶକ୍ତି ସଂରକ୍ଷଣ ନିମନ୍ତେ ବିଇଇ ଓ ଜାପାନ ସହ ମିଳିତ ଯୋଗଦାନ ପାଇଁ ବେଦାନ୍ତ କୁ ମଡେଲ ଇଣ୍ଡଷ୍ଟ୍ରି ରୂପେ ଘୋଷଣା କରାଯାଇଛି।

Latest News