Breaking News

ସନ୍ଦେହଜନକ ଅବସ୍ଥାରେ ପାଇଖାନା ଟାଙ୍କି ଉପରୁ ୧୭ବର୍ଷ ଝିଅର ମୃତ ଦେହ ଉଦ୍ଧାର

Date:12-08-2019



ଓଜସ୍ଵୀ ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡହରିଶପୁର ପଞ୍ଚାୟତ ଅସିଆ ଗ୍ରାମରେ ଜଣେ୧୭ବର୍ଷ ବୟସ୍କ ନାବାଳିକାଙ୍କ  ମୃତ ଦେହ ଘର ପଛ ପଟ ପାଇଖାନା ଟାଙ୍କି ଉପରୁ ଉଦ୍ଧାର କରାଯାଇଛି । ମୃତ  ନାବାଳିକା ଅସିଆ ଗ୍ରାମର ଚିତରଂଜନ ରାଉତଙ୍କ ଝିଅ କୁନି ରାଉତ, । କୁନି ବିଷପିଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ମୃତ୍ୟୁର ସଠିକ କାରଣ ଜଣା ପଡ଼ିନାହିଁ। ଘଟଣା ସ୍ଥଳରେ  ଏରସମା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ଖବରନେବାରେ ଜଣାପଡିଛି ଯେ, ମୃତ କୁନି ନିଜ ମାଙ୍କ ସହ ଭୁବନେଶ୍ହରରେ ରହୁଥେଲ । ଅଳ୍ପଦିନ ହେଲା ଗାଁରେ ରହୁଥିବା ବାପାଙ୍କ ପାଖକୁ ଆସିଥିଲେ ।

Latest News