Breaking News

କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଯୋଗଦାନ ପାଇଁ ବେଦାନ୍ତ ପୁରସ୍କୃତ

Date:14-12-2019



ଓଜସ୍ଵୀ ନ୍ୟୁଜ : ସିଏସ୍ଆର୍ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଯୋଗଦାନ" ପାଇଁ ବେଦାନ୍ତ କୁ ଫିକ୍କି ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ ୨୦୧୯ ଠାରେ ପୁରସ୍କୃତ କରାଯାଇଛି। ଦେଶର ବିଭିନ୍ନ କ୍ରୀଡ଼ା କୁ ପ୍ରୋତ୍ସାହନ ଏବଂ କ୍ରୀଡା ଉପଯୋଗୀ ବାତାବରଣ ସୃଷ୍ଟି କରିବାରେ ବେଦାନ୍ତର ଉଦ୍ୟମକୁ ଜୁରୀରେ ଜଷ୍ଟିସ ମୁକୁଲ ମୁଦ୍ଗଲ ମାନ୍ୟତା ପ୍ରଦାନ କରିଥିଲେ। ବେଦାନ୍ତ ଲିଃ କ୍ରୀଡା ବିଭାଗର ଅଧ୍ୟକ୍ଷ ଶ୍ରୀ ଅନନ୍ୟ ଅଗ୍ରୱାଲ, କ୍ରୀଡ଼ାମନ୍ତ୍ରୀ - ଓଡିଶା ସରକାର ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।

ବେଦାନ୍ତ ଦେଶର ସାମାଜିକ ଓ ଆର୍ଥିକ ଉନ୍ନତି, ଯୁବଶକ୍ତିର ବିକାଶ, ସମୁଦାୟ ର ନିର୍ମାଣ, ନାରୀ ସଶକ୍ତିକରଣ ଓ ସୁସ୍ଥ ଜୀବନଶୈଳୀର ଉନ୍ନତିକରଣ ସହିତ କ୍ରୀଡ଼ାକ୍ଷେତ୍ରର ବିକାଶ ପାଇଁ ବଚନବଦ୍ଧ। ଏହି ଦିଗରେ କମ୍ପାନୀ ପକ୍ଷରୁ ରାଜସ୍ଥାନର ଜୀଙ୍କ ଫୁଟବଲ ଏକାଡେମୀ ଏବଂ ଗୋଆର ସେସା ଫୁଟବଲ ଏକାଡେମୀ ମାଧ୍ୟମରେ ୨୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ କରାଉଛି।

ଶ୍ରୀ ଅନନ୍ୟ ଅଗ୍ରୱାଲ "ସିଏସ୍ଆର୍ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଯୋଗଦାନ" ଭଳି ପୁରସ୍କାର ଗ୍ରହଣ କରି ମୁଁ ଗର୍ବିତ ଏବଂ ଏହି ପୁରସ୍କାର ଦେଶର ଯୁବଶକ୍ତିକୁ କ୍ରୀଡା କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି କରିବାପାଇଁ ଆମକୁ ଆହୁରି ପ୍ରୋତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଥିଲେ। ଆମେ ଭାରତର କ୍ରୀଡ଼ କ୍ଷେତ୍ରରେ ନୂତନ ଶିଖରରେ ପଦାର୍ପଣ କରିବା ସହ ଦେଶପାଇଁ ଆହୁରି ଅଧିକ ପ୍ରଶଂସା ହାସଲ କରିବୁ ବୋଲି ଅଗ୍ରୱାଲ ମତପ୍ରକାଶ କରିଥିଲେ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ୨୪ଟି ସ୍ଵର୍ଣ, ୩ଟି ରୌପ୍ୟ ଏବଂ ୪ଟି ତାମ୍ର ପଦକ ହାସଲ କରିବା ସହିତ ଅନେକ ଦିବ୍ୟାଙ୍ଗ କ୍ରୀଡ଼ାବିତ, ଧନୁର୍ଦ୍ଧର ଏବଂ ବିଭିନ୍ନ ମାରାଥନ ପ୍ରତିଯୋଗିତାକୁ ବେଦାନ୍ତ ପ୍ରୋତ୍ସାହିତ କରିଛି।

Latest News