Breaking News

ଆସନ୍ତା 1ଡିସେମ୍ବରରୁ ଝାରସୁଗୁଡ଼ାରେ 67ତମ ରାଜ୍ୟ କବାଡ଼ି ପ୍ରତିଯୋଗିତା

Date:28-11-2019



ଝାରସୁଗୁଡ଼ା ସହରସ୍ଆଥିତ ସାର୍କିଟ ହାଉସ ଠାରେ ଝାରସୁଗୁଡ଼ା କ୍ରୀଡ଼ା ସଂଘ ତରଫରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି  । ଆସନ୍ତା ଡିସେମ୍ବର 1ତାରିଖରୁ ଝାରସୁଗୁଡ଼ା 2ୟ ଓଏସ୍‌ଏପି ପଡ଼ିଆରେ 67ତମ ରାଜ୍ୟ ପୁରୁଷ,ମହିଳା କବାଡ଼ି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି  । ଏହି ପ୍ରତିଯୋଗିତାରେ 28ଜିଲ୍ଲାର ପୁରୁଷ ପ୍ରତିଯୋଗୀ ଏବଂ23 ଜିଲ୍ମାଲାର ମହିଳା ପ୍ରତିଯୋଗୀ ଓ 50ଜଣ ଅଫିସିଆଲ ସମୁଦାୟ 850 ଜଳ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।ଏହି ପ୍ଏରତିଯୋଗିତାରେ ମୋଟ 98ଟି ମ୍ହିୟାଚ ଖେଳାଯିବ । ପ୍ରତିଯୋଗିତାକୁ 1ତାରିଖ ଦିନ 11ଟାରେ ଉଦ୍‌ଘାଟନ କରାଯିବ  । ଏହି ଅବସରରେ ମାନ୍ୟବର ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ , ବରଗଡ଼ ସାଂସଦ ସୁରେଶ ପୁଜାରୀ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାର ସୂଚନା ଦେଇଛି ସାମ୍ବାଦିକ ସଂଘ ।

Latest News