Breaking News

ସାରସମାଲ  ରୋହିଦାସ ପଡାରେ ମହିଳା ଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା , ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ସୁନ୍ଦରଗଡ଼ରୁ ପୋଲିସ ଗିରଫ କରିଛି

Date:27-11-2019



ଝାରସୁଗୁଡ଼ା ସହର ସ୍ଥିତ ସାରସମାଲ  ରୋହିଦାସ ପଡାରେ ୩୫ ବର୍ଷିୟ ଜଣେ ମହିଳା କନକ ରୋହିଦାସ ଙ୍କୁ ଗୁଳି କରି ହତ୍ୟା କରାଯାଇଛି ।ଗତକାଲି ରାତି ପ୍ରାୟ ୧:୩୦ ରୁ ୨ଟା ପାଖାପାଖି ମହିଳାଙ୍କ ସ୍ୱାମୀ ଓ ଛୁଆ ମାନେ ସୋଇ ଥିବା ବେଳେ ସେ ଘର ବାହାରକୁ ବାହାରି ଥିଲେ ।ଏହି ସମୟରେ କେହି ଜଣେ ତାଙ୍କୁ ଗୁଳି କରି ଫେରାର ହୋଇ ଯାଇ ଥିଲା l ମହିଳା ଜଣକ ବହୁ ସମୟ ଧରି ଘରକୁ ନା ଫେରିବାରୁ ତାଙ୍କ ସ୍ୱାମୀ ଖୋଜିବାକୁ ବାହାରି ଥିଲେ । ସ୍ତ୍ରୀ କୁ କେହି ଜଣେ ହତ୍ୟା କରି ଥିବା ଦେଖି ସେ ଥାନା ରେ ଅଭିଯୋଗ କଲା ପରେ ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ଭ କରିଥିଲା  । ହତ୍ୟା ର କାରଣ ଏ ଯାଏ ଜଣା ପଡି ନଥିୁବା ବେଳେ ଘଟଣାସ୍ଥଳରେ ଝାରସୁଗୁଡା ଏସ.ପି. ଅଶ୍ଵନୀ କୁମାର ମହାନ୍ତି ଓ ଏସ.ଡି.ପି.ଓ ଉପସ୍ଥିତ ରହି ତଦନ୍ତ ଜାରି ରଖିଥିଲେ।

      ତେବେ ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ସାରସମାଲ  ରୋହିଦାସ ପଡାରେ ଜଣେ ମହିଳା ଙ୍କୁ ଆଜି ସକାଳେ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ଜଣା ପଡିବା ପରେ ଚଂଚଲ୍ୟ ଖେଳି ଯାଇଥିଲା । ଗତ ରାତି ପାଖାପାଖି 1 ଟାରେ ସେ ନିକଟସ୍ଥ ବଗିଚା କୁ କୌଣସି କାମ ପାଇଁ ଯାଇଥିବା ବେଳେ ସେଠାରେ ଜାମଶେଦପୁର ର ଗୋପାଳ ୟାଦବ ଗୁଳି କରି ହତ୍ୟା କରିଥିଲେ। ତେବେ ଗୋଟିଏ ରାଉଣ୍ଡ ଗୁଳି ମାରି ଗୋପାଳ ଫେରାର ହୋଇଯାଇଥିଲା।
ଏନେଇ ଝାରସୁଗୁଡ଼ା ପୋଲିସ ସାଇଣ୍ଟିଫିକ ଦଳ ତଦନ୍ତ କରିବା ପରେ ଆଜି ସନ୍ଧ୍ୟାରେ ଗୋପାଳ କୁ ସୁନ୍ଦରଗଡ଼ ରୁ ଝାରସୁଗୁଡ଼ା ପୋଲିସ ଗିରଫ କରିଛି । ତେବେ ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ଏବଂ କଣ ପାଇଁ ଗୋପାଳ କନକଙ୍କୁ ହତ୍ୟା କଲା ତାହା ଆଗାମୀ ଦିନରେ ସୂଚନା ଦିଆଯିବ ବୋଲି ଉତ୍ତରାଞ୍ଚଳ ଡ଼ିଆଇଜି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଘଟଣାରେ ବ୍ୟବହୃତ ଦୁଇଟି ବନ୍ଧୁକ ସମେତ 8 ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି  ।

Latest News