Breaking News

ପ୍ରେମିକାକୁ ବୁଲେଇବା ପାଇଁ ବୁଲେଟ ଚୋରି କଲା ଯୁବକ

Date:13-10-2019



ଝାରୁସୁଗୁଡ଼ା ଓଜସ୍ୱି ନ୍ୟୁଜ୍ :ପ୍ରେମିକା ପାଇଁ ହେଲା ଚୋର।ପ୍ରେମିକାକୁ ଗାଡ଼ିରେ ବସାଇବାକୁ କରିଲା ବୁଲେଟ ଚୋରୀ।ଝାରସୁଗୁଡା ର ଏକ ହୋଟେଲରେ କାମ କରୁଥିବା ହୋଟେଲ ବୟ ସୁଜିତ କର୍ମୀ କୁ ଶେଷରେ ଚୋରୀ ମାମଲା ରେ ଜେଲ ଯିବାକୁ ପଡିଲା।ସୁଜିତ ନିଜ ପ୍ରେମିକାକୁ ଦୁର୍ଗାପୂଜା ବୁଲାଇବାକୁ କହିବାରୁ ପ୍ରେମିକା ଗାଡି ନହେଲେ ବୁଲିବାକୁ ଅମଙ୍ଗ ହେବାରୁ ଗୋଟିଏ ବୁଲେଟ ଚୋରୀ କରି ପ୍ରେମିକାକୁ ଦୁର୍ଗାପୂଜା ବୁଲାଇଲା।ପରେ ମାମଲା ଯାଇ ପହଞ୍ଚିଲା ଝାରସୁଗୁଡା ଥାନାରେ।ପୋଲିସ ବଲାଙ୍ଗୀର ଅଞ୍ଚଳର ସୁଜିତ କର୍ମୀ କୁ ପୋଲିସ 4 ଦିନ ଜେରା କରିବା ପରେ ଆଜି ଗାଡି ଜବତ କରିବାରେ ସକ୍ଷମ ହେଲା।ଗାଡି ଖୋଜିବାକୁ ପୋଲିସକୁ ମଧ୍ୟ ଚକମା ଦେଲା ସୁଜିତ।ଆଜି ସୁଜିତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ବେଳେବେଳେ ପ୍ରେମ ମଧ୍ୟ ମହଙ୍ଗା ପଡିଥାଏ,ତାହା ସୁଜିତର କାରନାମା ରୁ ସ୍ପଷ୍ଟ।ନ୍ତ ।

Latest News