Breaking News

ବିଷକ୍ରିୟା ରେ ୬ ଛେଳି ମୃତ

Date:08-10-2019



ଓଜସ୍ୱି ନ୍ୟୁଜ : ଝାରସୁଗୁଡ଼ା ଜିଲ୍ଲା ଜମେରା ଗାଁ ରେ ବିଷାକ୍ତ ଖାଦ୍ୟ ଘାସ ଖାଇବାରୁ ଛେଳି ମାଲିକ ଦୀନବନ୍ଧୁ ଭଇଁଶା ଙ୍କର 25 ଟି ଛେଳି ମୃତ। ଗତକାଲି ପାଖ ରେ ଥିବା ଏକ ଜମି କୁ 35 ଟି ଛେଳି ଚରିବାକୁ ଯାଇଥିଲେ। ତେବେ ଫେରିବା ପରେ ଛେଳି ମାନେ ଅସୁସ୍ଥ ଜଣା ପଡୁଥିଲେ। ତେବେ ଆଜି ସକାଳୁ ଦେଖିବା ବେଳେ 35 ରୁ 25 ଟି ଛେଳି ମୃତ ହୋଇଯାଇଥିଲେ। ଘାସ ପଡିଆ ରେ କୀଟନାଶକ ପକାଇଦେଇଥିବା ଦୀନବନ୍ଧୁ ପୋଲିସ ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପଶୁ ଡାକ୍ତର ଖାନା ରେ ଛେଳି ମାନଙ୍କର ବ୍ୟବଛେଦ କରିବା ପାଇଁ ପୋଲିସ କହିବା ପରେ ସେ ଗୋଟିଏ ଛେଳି କୁ ନେଇ ପଶୁ ଡାକ୍ତରଖାନା କୁ ନେଇଥିଲେ। ତେବେ ଡାକ୍ତର ନଥିବାରୁ ଛେଳି ର ବ୍ୟବଛେଦ ହୋଇପାରିଲା ନାହିଁ। ଦୀନବନ୍ଧୁ ଅସହାୟ ଅବସ୍ଥା ରେ ଏବେ ଘରେ ତଦନ୍ତ ର ଅପେକ୍ଷା କରିଛନ୍ତି। ଏଯାଏଁ 25 ଟି ଛେଳି ଗୁହାଳ ରେ ପଡ଼ିଥିବାରୁ ଦୁର୍ଗନ୍ଧ ବାହାରୁଛି

Latest News