Breaking News

ଆଦିବାସୀ ସମାଜର ସାମ୍ବାଦିକ ସମ୍ମିଳନୀ

Date:28-09-2019



ଓଜସ୍ଵୀ ଝାରସୁଗୁଡା: ଆଦିବାସୀ ସମାଜ କୁ ବଦନାମ କରିବା ପାଇଁ କିଛି ବ୍ୟକ୍ତି ବିଶେଷ ସୋସିଆଲ ମିଡ଼ିଆ ରେ ଖବର ଭାଇରଲ କରିଛନ୍ତି। ସମାଜ ର ସହସମ୍ପାଦକ ପ୍ରଭା ଓରାମ ଏବଂ ଅଖିଲ ଭାରତୀୟ ଗୋଣ୍ଡୱାନା ସମାଜର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ଏହି ଖବର ପାଇବା ପରେ ଝାରସୁଗୁଡ଼ା ଟାଉନ ଥାନା ରେ ପ୍ରୁଥକ ଦୁଇଟି ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ମହେନ୍ଦ୍ର ନାଏକ ଓ ପ୍ରଭା ଓରାମ ଶିବରାମପୁର ଅଞ୍ଚଳ   ର ୧୧୫ ଏକର ଜମି ବେଦାନ୍ତ ହାତକୁ ଟେକି ଦେଇ ପଇଷା ହଡ଼ପ କରିଥିବା ସୋସିଆଲ ମିଡ଼ିଆ ରେ ଖବର ଭାଇରଲ କୁ ନେଇ ସମ୍ମିଳିତ ଆଦିବାସୀ ସମାଜ ବହୁତ ନିନ୍ଦା କରିଛନ୍ତି। ଜିଲ୍ଲା ପୋଲିସ ପ୍ରଶାସନ ଏ ଦିଗ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ୍ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Latest News