Breaking News

ବିଜେପି ମଣ୍ଡଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ।

Date:27-09-2019




ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଜେପି ମଣ୍ଡଳ ପକ୍ଷରୁ  ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ  ଏକ ଦାବିପତ୍ର ପ୍ରଦାନକରାଯାଇଛି। ସୂଚନା ମୁତାବକ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମକୁ କାଟି ମିଛ ଫଳକ ଦେଇ ଆଦଶ ସଂଘୀୟ ବ୍ୟବସ୍ଥା କୁ  ବିଜୁ ଜନତା ଦଳ ବା ରାଜ୍ୟ ସରକାର ଉଲଘଂନ କରୁଥିବା ପ୍ରତିବାଦରେ ଆଜି ବ୍ରଜରାଜନଗର ମଣ୍ଡଳ ସଭାପତି ବବୁଲ ଦାଶ ଓ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନିଲ ନାୟକ ଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ପୈ।ରପରିଷଦର କାର୍ଯ୍ୟ ଅଧିକାରୀ ଦିଲ୍ଲୀପ ପଟେଲ ଙ୍କୁ ଦାବୀପତ୍ର ଦେଇଛନ୍ତି । ଏହି ଅବସରରେ ବ୍ରଜରାଜନଗର ବିଜେପିର ରୁକ୍ମଣ ଧୁରୁଆ, ରତନ ଜୟସ୍ୱାଲ, ରାଧାକାନ୍ତ ପତି,  ପ୍ରକାଶ ବରମା, କ୍ରିଷ୍ଣା ମୁରାରୀ ସିଂହ, ଆଶିଷ ପଣ୍ଡା, ଶ୍ଳୋକ ସରନା,  ଭାରତି ବାରିକ, ଚୁମୁକି ପଟେଲ, ନିରଜ ବାରିକ ଓ ସୁଶୀଲ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

Latest News