Breaking News

ବ୍ରଜରାଜନଗର ପୋଲିସକୁ ସଫଳତା, ବହୁତ ବଡ଼ ଡକାୟିତ ଗ୍ୟାଙ୍ଗ ଉଦ୍ୟମକୁ ପଣ୍ଡ କଲା ପୋଲିସ

Date:27-09-2019



ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳ ରାମପୁର ଫାଣ୍ଡି ହିଲଟପ ପଡ଼ିଆ ଠାରେ  ଗତରାତି ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ର ଚଢ଼ାଉକରି  ୩ ଜଣ କୁ ଗିରଫ କରିଛି। ଅନ୍ୟ ପକ୍ଷରେ ୪ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି, ଗୋଟିଏ ଭୁଜାଲି, ଦୁଇଟି ମୋବାଇଲ ଜବତ କରିଛି ପୋଲିସ। ଫେରାର ହୋଇଥିବା ଦୁର୍ବୃତ୍ତ ମାନଙ୍କ ର ଚିହ୍ନଟ ହୋଇସାରିଛି।  ଏମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି। ଗିରଫ ମାନେ ହେଲେ ଗୁଡୁ ସିଂ, ଶ୍ୟାମ ସହିସ, ପୂର୍ଣ୍ଣ ସାଗର। ଗିରଫ ସମସ୍ତ ଦୁର୍ବୃତ୍ତ ମାନଙ୍କ ନାମରେ ଏକାଧିକ ଥାନା ରେ ଏକାଧିକ ମାମଲା ରୁଜୁ ହୋଇଥିବା ଏସପି କହିଛନ୍ତି। ଅନ୍ୟ ପକ୍ଷରେ ଗିରଫ ମାନେ ସୋନୁ ଘୋଷ ଙ୍କର ସହଯୋଗୀ ଏବଂ ସୋନୁ ଘୋଷ ପାଇଁ ଅନେକ ଅପରାଧ ଘଟାଇଥିବା ଏସପି କହିଛନ୍ତି । ପୋଲିସ ର  ଚଢ଼ାଉ ସମୟରେ ଦୁର୍ବୃତ୍ତ ମାନେ ପୋଲିସ କୁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିବା ଏସ.ପି. ଅଶ୍ବିନୀ କୁମାର ମହାନ୍ତି କହିଛନ୍ତି।

Latest News