Breaking News

ଜିଲ୍ଲା ବିଜେପି ପକ୍ଷରୁ ଝାରସୁଗୁଡା ପୌରପରିଷଦ ଘେରାଉ

Date:27-09-2019



ଓଜସ୍ଵୀ ଝାରସୁଗୁଡା: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ବିଜେଡି ସରକାର ହାଇଜେକ କରି ଆବାସ ଯୋଜନା ନାମ ଦେଇ ଓଡିଶା ବାସୀଙ୍କୁ ଭୁଆଁ ବୁଲାଉଥିବା କହିବା ଆଜି ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ଝାରସୁଗୁଡା ପୌରପରିଷଦ ଘେରାଉ କରାଯାଇଥିଲା । ଏହି ପ୍ରତିବାଦର ନେତୃତ୍ବ ନେଇ ଥିଲେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତ ଟଙ୍କଧର ତ୍ରିପାଠୀ ସମେତ ନେତାଜୀ ପଟ୍ଟନାୟକ ।ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଯୋଗ ଦେଇ ସ୍ଥାନୀୟ ସତସଙ୍ଗ ଭଵନ ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପୌରପାଳିକା ପହଞ୍ଚି ପୌରପରିଷ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

Latest News