Breaking News

ଡ଼କାୟତି ଉଦ୍ୟମ ପଣ୍ଡ, ବ୍ରଜରାଜନଗର ପୋଲିସ ଦ୍ଵାରା ୩ ଡ଼କାୟତ ଅଟକ

Date:27-09-2019



ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଗତରାତି ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ର ଚଢ଼ାଉ। 3 ଜଣ ଅଟକ ୪ ଜଣ ଫେରାର। ଅଟକ ମାନେ ହେଲେ ଗୁଡୁ ସିଂ, ଶ୍ୟାମ ସହିସ, ପୂର୍ଣ୍ଣ ସାଗର। ଚଢ଼ାଉ ସମୟରେ ପୋଲିସ କୁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିବା ଜଣା ପଡ଼ିଛି। ଅଟକ ଥିବା ଦୁର୍ବୃତ୍ତ ମାନେ ତିନି ଜଣ  ରାମପୁର ଅଂଚଳର ବୋଲି ସୂଚନା ମିଲିଛି। ତେବେ ଏମାନେ ସୋନୁ ଘୋଷ ର ସହଯୋଗୀ ବୋଲି ଜଣା ପଡ଼ିଛି।  ଡକାୟତ ଯୋଜନା କରୁଥିବା ବେଳେ ବ୍ରଜରାଜନଗର ପୋଲିସ ଗତକାଲି ରାତି ରେ ଚଢ଼ାଉ କରିଥିଲା। ତେବେ ଦୁର୍ବୃତ୍ତ ମାନଙ୍କ ଠାରୁ ଗୋଟିଏ ପିସ୍ତଲ ସାଙ୍ଗରେ ଅଫୁଟା ଗୁଳି ଜବତ କରିଛି ପୋଲିସ।

Latest News