Breaking News

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଆଜି ଠାରୁ ତିନିଦିନିଆ ବନ୍ଦ କରିଛନ୍ତି ଝାରସୁଗୁଡ଼ା ଓକିଲ ସଂଘ

Date:26-09-2019




ଓଜସ୍ଵୀ ଝାରସୁଗୁଡା:  ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଦାବି ନେଇ ଆଜି ଠାରୁ ତିନିଦିନିଆ ବନ୍ଦ କରିଛନ୍ତି ଝାରସୁଗୁଡ଼ା ଓକିଲ ସଂଘ।  କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଏବଂ ଝାରସୁଗୁଡ଼ା ଓକିଲ ସଂଘ ତରଫରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଦାବି ନେଇ ଆଜି ଝାରସୁଗୁଡ଼ା ରେ ବନ୍ଦ ଡାକରା ଦିଆଯାଇଥିଲା । ତେବେ ଏହି ଅବସରରେ ଆଜି ଓକିଲ ମାନେ ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ,  ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ କୁ ବନ୍ଦ କରିଛନ୍ତି। ତେବେ ସ୍କୁଲ କଲେଜ ଏବଂ ଜାୟାୟତ ସ୍ୱାଭାବିକ ରହିଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ର ଆହ୍ବାନ କ୍ରମେ ପ୍ରତି ମାସର ଶେଷ ତିନି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ ଏବଂ ଜିଲ୍ଲାପାଳ ପରିସରରେ ରେ ଥିବା ସମସ୍ତ କାର୍ଯ୍ୟାଳୟ କୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆ ହୋଇଥିଲା ଏବଂ ଆଜି ପିକେଟିଂ ଜରିଆରେ ସମସ୍ତ ଅନୁଷ୍ଠାନ କୁ ବନ୍ଦ କରାଯାଇଛି ବୋଲି ଝାରସୁଗୁଡ଼ା ଓକିଲ ସଂଘ ର ସମ୍ପାଦକ କହିଛନ୍ତି । ତେବେ ଯେହେତୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ର ଦାବି ନେଇ ଏତେ ଦିନରୁ ଦାବି ରହି ଆସୁଛି। ତେବେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏହାର ତୁରନ୍ତ ନିଷ୍ପତ୍ତି ନେବା ଉଚିତ ବୋଲି ଓକିଲ ସଂଘ ସଭାପତି କହିଛନ୍ତି  । 

Latest News