Breaking News

ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ !

Date:25-09-2019



ଓଜସ୍ଵୀ ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ପୋଲିସ ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରାଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଦୁଇ ଲୁଟେରା ହେଲେ ଲୋଇସିଂହା ଥାନା ସାଲେଭଟା ଗଁ।ର ନରେନ୍ଦ୍ର ସୁନା ଓରଫ୍‌ ନରେନ୍‌ (୩୦) ଓ ନଅଗଁ।ର ନବୀନ ଭିତିରିଆ (୨୩) । ଏହି ଅଭିଯୁକ୍ତଙ୍କଠାରୁ ପୋଲିସ ଏକ ଟିଭିଏସ୍‌ ଆପାଚି ବାଇକ୍‌ (ଓଡି୩୧ଇ-୮୨୪୮), ୨ଟି ମୋବାଇଲ ଫୋନ୍‌, ୩ ହଜାର ୪ ଶହ ଟଙ୍କା, କିଛି ରୂପା ଅଳଙ୍କାର ଜବତ କରିଛି । ପୁଇଁତଲା ଥାନାରେ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଗତ ୨୩ ତାରିଖ ଅପରାହ୍ଣ ୨ଟାରେ ୫୭ ନମ୍ବର ଜାତୀୟ ରାଜପଥରେ ସୋନପୁରରୁ ବଲାଙ୍ଗୀର ଫେରୁଥିବା ଏକ ଟ୍ରକ୍‌ (ଓଡି୦୨ବିଏଫ୍‌-୦୩୫୬)କୁ ମଲମଣ୍ଡା ନିକଟରେ ଦୁଇଜଣ ବାଇକ୍‌ ଆରୋହୀ ଅଟକାଇଥିଲେ। ସେମାନେ ଟ୍ରକ୍‌ ଡ୍ରାଇଭର ବେଣୁଧର ବେହେରାଙ୍କଠାରୁ ୩୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏ ନେଇ ଟ୍ରକ୍‌ ଡ୍ରାଇଭର ବେହେରା ପୁଇଁତଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନାରେ ଏକ ମାମଲା (ନଂ.୧୭୦/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ ଆରମ୍ଭ ପରେ ଟିଭିଏସ୍‌ ଆପାଚି ବାଇକ୍‌କୁ ଚିହ୍ନଟ କରି ସାଲେଭଟାର ନରେନ୍ଦ୍ର ସୁନାଙ୍କୁ ଗିରଫ୍‌ କରିଥିଲା । ତାଙ୍କୁ ଜେରା କରାଯିବା ପରେ ସହଯୋଗୀ ଲୁଟେରା ନବୀନ ଭିତିରିଆଙ୍କୁ ଗିରଫ କରାଯାଇଥିଲା। ଉଭୟେ ଟ୍ରକ୍‌ ଡ୍ରାଇଭର ବେହେରାଙ୍କଠାରୁୁ ୩୦ହଜାର ଟଙ୍କା ଲୁଟିଥିତ୍ବା ସ୍ବୀକାର କରିଥିଲେ । ଜେରା ବେଳେ ପୂର୍ବରୁ ବଲାଙ୍ଗୀର-ବରଗଡ ୨୬ ନମ୍ବର ଜାତୀୟ ରାଜପଥର ଖମାରମୁଣ୍ଡାଠାରେ ଅନ୍ୟ ଏକ ଟ୍ରକ୍‌ରୁ ୪୪ହଜାର ଟଙ୍କା ଲୁଟିଥିତ୍ବା ସ୍ବୀକାର କରିଥିଲେ । ଏହା ସହିତ ଏକାଧିକ ଗାଡି ଅଟକାଇ ସେମାନେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିତ୍ବା ସ୍ବୀକାର କରିଥିବା ଖବରଦାତା ସମ୍ମିଳନୀରେ ପୁଇଁତଲା ଥାନା ଅଧିକାରୀ ବି.ରୁଦ୍ରିୟା ସୂଚନା ଦେଇଛନ୍ତି । ଏହି ଦୁଇ ହାଇୱେ ଲୁଟେରାଙ୍କୁ କୋର୍ଟଚାଲାଣ କରାଯାଇଛି ।

Latest News