Breaking News

ବୃତ୍ତି କଣ କରିବେ? ଏହାକୁ ନେଇ ଛାତ୍ରୀଙ୍କୁ ପରାମର୍ଶ କାର୍ଯ୍ୟକ୍ରମ

Date:25-09-2019




ଓଜସ୍ଵୀ ବେଲପାହାଡ: ଆଜି ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୋୖରାଞ୍ଚଳ ସ୍ଥିତ ଆଦର୍ଶ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ବୃତ୍ତି ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ବିଭିନ୍ନ ପୂର୍ବତନ ଅଧିକାରୀ, ସ୍ବାସ୍ଥ୍ୟ କ୍ଷେତ୍ର ଅଧିକାରୀ, ନାଟକ ବିଶେଷଜ୍ଞ ଓ ସାମ୍ବାଦିକ ଉପସ୍ଥିତ ରହି। ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟ ରଖିଥିଲେ। ଉଚ୍ଚଶିକ୍ଷା ବା ମ୍ୟାଟ୍ରିକ ପରେ  ଆଗାମୀ ଦିନରେ କେଉଁ କେଉଁ ବିଷୟକୁ ନେଇ ନିଜ ପେଶା ବନେଇ ଆଗକୁ ବଢ଼ିପାରିବେ। ଏହି ବିଷୟ ଉପରେ ସମସ୍ତ ବକ୍ତା ନିଜ ନିଜ ମତ ରଖିଥିଲେ। ବେଲପାହାଡ଼ ଆର.ସେ.ଟି ର ପୂର୍ବତନ ନିର୍ଦ୍ଦେଶକ ଆଶୋକ କୁମାର ମିଶ୍ର ଛାତ୍ରୀମାନଙ୍କୁ ଉଦ୍ୟୋଗୀ ଉପରେ ନିଜର ପେଶା କିପରି କରିପାରିବେ କହିଥିବା ବେଳେ, ନର୍ସ,GNM, ANM ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନିଜର ବୃତ୍ତି କରିପାରିବେ ବୋଲି ବେଲପାହାଡ଼ ସ୍ବାସ୍ଥ୍ୟକର୍ମୀ ସାଲେଗ୍ରାମ ମେହେର ଛାତ୍ରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ନାଟକକୁ ମଧ୍ୟ ବର୍ତ୍ତମାନ ସମୟରେ ବୃତ୍ତି କରିପାରିବେ ଓ ଏହାକୁ ନେଇ ରାଜ୍ୟ ତଥା ଦେଶରେ ବିଭିନ୍ନ ନାଟକ ବିଷୟରେ ପାଠପଢିବା ପାଇଁ ବହୁତ ଗୁଡିଏ ନାଟ୍ୟ ଶିକ୍ଷା ପାଇଁ ଅନୁଷ୍ଠାନ ରହିଛି ବୋଲି ପଶ୍ଚିମ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପ୍ରଧାନ କହିଥିଲେ। ଅନ୍ୟପକ୍ଷରେ ବର୍ତ୍ତମାନ ସାମ୍ବାଦିକ କ୍ଷେତ୍ରରେ ମଧ୍ୟ ବହୁତ ଛାତ୍ରଛାତ୍ରୀ ଏହାପ୍ରତି ଆକୃଷ୍ଟ ହେଉଛନ୍ତି ଓ ଏନେଇ ସାମ୍ବାଦିକତା ପାଠ ପାଇଁ ବିଶେଷ ଭାବେ ଓଡ଼ିଶାରେ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟ ଗଢି ଉଠିଛି ଏବଂ ଏହି ଦିଗରେ ମଧ୍ୟ ନିଜର ପେଶା କରିହେବ ବୋଲି ଝାରସୁଗୁଡା ଯୁବସାମ୍ବାଦିକ ସନ୍ତୋଷ ସାହୁ ନିଜ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷ୍ୟତ୍ରୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।  ସହକାରୀ ଶିକ୍ଷକ ବବନ ସିଂହ ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷ୍ୟତ୍ରୀ କଳ୍ପନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟପକ୍ଷରେ ବିଦ୍ୟାଳୟର ପି.ଇ.ଟି ଶିକ୍ଷ୍ୟତ୍ରୀ ଚନତି ମିଞ୍ଜ ଓ ଶିକ୍ଷ୍ୟତ୍ରୀ ନମିତା ସାହୁ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଓ ଶିକ୍ଷା ବିଭାଗର ଏଭଳି ପଦକ୍ଷେପକୁ ସମସ୍ତ ମହଲରେ ପ୍ରଶଂସା କରାଯାଇଛି।

Latest News