Breaking News

ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଜନ ସଚେତନତା ଅଭିଯାନ

Date:24-09-2019




ଓଜସ୍ଵୀ ଝାରସୁଗୁଡା: ଆସନ୍ତା ଅକ୍ଟୋବର ୨ ତାରିଖ  ରୁ ଦେଶର ର ସମଗ୍ର ରେଲୱେ ଷ୍ଟେସନ (୫୦ ମାଇକ୍ରୋନ ରୁ ଉର୍ଦ୍ଧ୍ଵ ଏବଂ ନିମ୍ନ ) ପଲିଥିନ ବ୍ୟବହାର ରେ ୫୦୦ ଟଙ୍କା ଜରିମାନା ର ନିର୍ଦେଶନାମା ଭାରତ ସରକାରଙ୍କ ପକ୍ଷରୁ ଜାରିହେବ ପରେ ଏବେ ଝାରସୁଗୁଡାର ବରିଷ୍ଠ ନାଗରିକ ସଂଘ ୟଙ୍ଗ ଷ୍ଟାର୍ସ ଚେରିଟେବୁଲ ଟ୍ରଷ୍ଟ ,ସଙ୍ଗିନୀ ଲେଡିସ ଫୋରମ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଜନ ସଚେତନତା ଅଭିଯାନ ଚଳିତ ସେପ୍ଟେମ୍ବର ମାସ ରୁ ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ମାସ ପ୍ରାରମ୍ଭ ରୁ ଓ ଅକ୍ଟବେ।ର 2 ଯାଏ ଝାରସୁଗୁଡା ରେଳ ଷ୍ଟେସନରେ ଚାଲିବ ବୋଲି ସଂଗଠନ ମାନଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ଅଭିଯାନରେ ଝାରସୁଗୁଡା ର ବିଭିନ୍ନ ସାମାଜିକ ସଂଗଠନ ତରଫରୁ
ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ କୁ ନେଇ ଜନ ସଚେତନତା କାର୍ଯ୍ୟକ୍ରମ ଝାରସୁଗୁଡା ରେଳବାଇ କର୍ତ୍ତୃପକ୍ଷଙ୍କ ନିବେଦନ
କ୍ରମେ ଚାଲୁଅଛି ।ସୂଚନାନୁସାରେ ଏହି କ୍ରମରେ ଆଜି ବରିଷ୍ଠ ନାଗରିକ ସଂଘ ୟଙ୍ଗ ଷ୍ଟାର୍ସ ଚେରିଟେବୁଲ ଟ୍ରଷ୍ଟ ,ସଙ୍ଗିନୀ ଲେଡିସ ଫୋରମ, ଓ ବିଗ ବଜାର, ରେଳବାଇ ପୋଲିସ  ତରଫରୁ ଷ୍ଟେସନ ରେ ଏକ ବିଶାଳ ଶୋଭାଯାତ୍ରା ରେ 
ବାହାରି ଯାତ୍ରୀମାନଙ୍କୁ ସଚେତନ କରାଇଥିଲେ। ୟଙ୍ଗ ଷ୍ଟାର୍ସ ଚେରିଟେବୁଲ ଟ୍ରଷ୍ଟ ତରଫରୁ
ଜଣେ ଯୁବକଙ୍କ ଦେହରେ ରଙ୍ଗ ବୋଳ। ହୋଇ ଝାରସୁଗୁଡା ପଲିଥିନ ରେ ଉବୁଟୁବୁ ହୋଇ ରକ୍ତ ର ଅଶ୍ରୁ  କ୍ରନ୍ଦନ କରୁଥିବା ଚିତ୍ରଣ 
କରାଯାଇଥିଲା ଯାହାକି ସାଧାରଣ ଜନତା ଓ ଯାତ୍ରୀ ମାନଙ୍କ ମନ କୁ ବେସ ଆନ୍ଦୋଲ୍ଲିତ କରିଥିଲା ମିଳିତ ଭାବେ ସମସ୍ତଙ୍କ ସହଯୋଗ ରେ ଝାରସୁଗୁଡା କୁ ରାଜ୍ୟ ର ଦ୍ବିତୀୟ ପ୍ଲାଷ୍ଟିକ ମୁକ୍ତ ରେଳ ଷ୍ଟେସନ ରୂପେ ମାନ୍ୟତା ପାଇଁ ମିଳିତ ସ୍ୱର ରେ ଆଜି ଦାବି କରାଯାଇଛି।

Latest News