Breaking News

ବେଲପାହାଡରେ ପ୍ରକାଶ ଯାତ୍ରାକୁ ଭବ୍ୟ ସ୍ୱାଗତ

Date:24-09-2019




ଓଜସ୍ଵୀ ବେଲପାହାଡ: ଗୁରୁ ନାନକଙ୍କ ୫୫୦ତମ ଜନ୍ମଦିବସ ଅବସରରେ ସମ୍ବଲପୁରରୁ ରବିବାର ବାହାରିଥିବା ପ୍ରକାଶ ଯାତ୍ରାକୁ ମଙ୍ଗଳବାର ବେଲପାହାଡରେ ଶିଖ ସମ୍ପ୍ରଦାୟ ସମେତ ବିଭିନ୍ନ ସମ୍ପ୍ରଦାୟର ଲୋକେ ଭବ୍ୟ ସ୍ୱାଗତ କରିଛନ୍ତି ।  ଗୁରୁ ନାନକଙ୍କ ଏହି ପ୍ରକାଶ ରଥକୁ  ବେଲପାହଡ ପୌରପରିଷଦ ସମ୍ମୁଖରୁ ସ୍ୱାଗତକରି ଶିଖ ସମ୍ପ୍ରଦାୟର ମହିଳାମାନେ ରାସ୍ତା ଝାଡୁ କରିବା ସହ ରାସ୍ତାରେ ପୁଷ୍ପ ବୃଷ୍ଟି କରିଥିଲେ । ପାରମ୍ପରିକ ନାଚଗୀତ, ଯୁଦ୍ଧକଳା ପ୍ରଦର୍ଶନ କରି ପ୍ରକାଶରଥକୁ ସହର ପରିକ୍ରମା କରାଯାଇଥିଲା । ବେଲପାହାଡର ଶିଖ, ହିନ୍ଦୁ, ସିନ୍ଧି, ମୁସଲିମ, ମାରଓାଡି ତଥା ପ୍ରତ୍ୟେକ ସମାଜର ବ୍ୟକ୍ତି ଏହି ପ୍ରକାଶ ଯାତ୍ରାରେ ସାମିଲ ହୋଇ ଭିନ୍ନତାରେ ଏକତାର ବାତ୍ତରେ ଜୋଡି ହୋଇଛନ୍ତି ।ପୃଥିବୀର ପ୍ରତ୍ୟେକ ମଣିଷର କଥାବାର୍ତ୍ତା, ପରମ୍ପାରା, ରହଣି ସହଣୀ, ପୋଷାକ ଆଦିରେ ଭିନ୍ନତା ରହିଛି । କିନ୍ତୁ ଏହି ସମସ୍ତ ଭିନ୍ନତା ମଧ୍ୟରେ ମଧ୍ୟ ମଣିଷ ଏକ । ପରମପିତା ପରମେଶ୍ୱର ଏକ ବୋଲି ଗୁରୁ ନାନକ କହିଥିଲେ । ତେଣୁ ଗୁରୁଙ୍କ ଏହି ବାର୍ତ୍ତକୁ ଲୋକଙ୍କ ମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ଏହି ଭବ୍ୟ ପ୍ରକାଶ ଯାତ୍ରା ପାଳନ କରାଯାଉଥିବା ବେଳେ ସମସ୍ତ ସମ୍ପ୍ରଦାୟର ଲୋକେ ଏହାକୁ ସ୍ୱାଗତ କରି ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ଏହି ପ୍ରକାଶ ରଥ ବେଲପାହାଡ ଦେଇ ଛତିଶଗଡ, ବରଗଡ ଓ ପରିଶେଷରେ ସମ୍ବଲପୁରର ବୁର୍ଲା ସହରକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

Latest News