Breaking News

ଗାନ୍ଧିଛକ ର ବିବାଦିତ ଟୋଲ ଟେକ୍ସ ସଂଗ୍ରହ ପଏଣ୍ଟ ଆଜିଠାରୁ ଆରମ୍ଭ ।

Date:24-09-2019



ଓଜସ୍ଵୀ ବ୍ରଜରାଜନଗର: ଆଜିଠାରୁ ଆରମ୍ଭ ହେଲା ଝାରସୁଗୁଡ଼ା ର ଗାନ୍ଧିଛକ ର ବିବାଦିତ ଟୋଲ  ଟେକ୍ସ ସଂଗ୍ରହ ପଏଣ୍ଟ । ତେବେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ବ୍ରଜରାଜନଗର ପୋଲିସ ତତ୍ପର ହୋଇ ସକାଳ ରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ବ୍ରଜରାଜନଗର ଆଇଆଇସି, ବେଳପହାଡ଼ ଆଇଆଇସି ଏବଂ ଅନ୍ୟ ପୋଲିସ ଅଧିକାରୀ ମୁତୟନ କରାଯାଇଛି। ତେବେ ଏହି ଟୋଲ ଟ୍ୟାକ୍ସ କଲେକ୍ସନ ବିରୋଧ କରି ଆଗରୁ ଅନେକ ବାଦବିବାଦ ଦେଖାଦେଇଥିଲା।ତେବେ ଏହି ବିବାଦ ଉପୁଜିବା ପରେ ବର୍ତ୍ତମାନ ସମସ୍ତ ଚାରିଚକିଆ ଯାନ ମାନଙ୍କ ଠାରୁ ଟୋଲ ଟେକ୍ସ ନିଆଯିବ ନାହିଁ ଏହାସହିତ ଝାରସୁଗୁଡାର ସମସ୍ତ ଭାରିଯାନ ମାନଙ୍କ ଠାରୁ ୫୦ପ୍ରତିଶତ ଟେକ୍ସ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Latest News