Breaking News

ଅଇଁଲାପାଲି ଗ୍ରାମରେ ଦୀର୍ଘ ପାଞ୍ଚ ଛଅ ବର୍ଷ ହେବ ପଚାଶରୁ ଅଧିକ ଲୋକ ଯକୃତ ରୋଗରେ ପିଡୀତ

Date:24-09-2019



ଓଜସ୍ଵୀ ବରଗଡ଼ (ରିପୋର୍ଟର: ମିତୁଲ ମିଶ୍ର): ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ ଗୋପାଇପାଲି ଗ୍ରାମପଞ୍ଚାୟତ ର ଅଇଁଲାପାଲି ଗ୍ରାମରେ ଦୀର୍ଘ ପାଞ୍ଚ ଛଅ ବର୍ଷ ହେବ ପଚାଶରୁ ଅଧିକ ଲୋକ ଯକୃତ ରୋଗରେ ପିଡୀତ ଅଛନ୍ତି।ଗତ ଦୁଇ ବର୍ଷ ମଧ୍ୟରେ ଆଠ ରୁ ଦଶ ଜଣ ଯକୃତ ରୋଗୀ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ତିନି ଜଣଙ୍କୁ ବୁର୍ଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଦୁଃଖ ର ବିଷୟ ହେଲା ଯେଉଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବୀଚିତ ହୋଇଥିଲେ ତାଙ୍କର ବିଧାନସଭା ଅନ୍ତର୍ଗତ ବରପାଲି ସହର ନିକଟବର୍ତ୍ତୀ ଗ୍ରାମରେ ଲୋକମାନେ ନାହିଁ ନ ଥିବା ଅବସ୍ଥାରେ ଅଛନ୍ତି।ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସବୁ ବ୍ୟବସ୍ଥା ଥିବା ସତ୍ୱେ ଲୋକ ମାନେ ନିତାନ୍ତ ଜରୁରୀ ଔଷଧ ଏବଂ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି।କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଅଇଁଲାପାଲି ଗ୍ରାମକୁ ଯଥା ଶୀଘ୍ର ସରକାରୀ ଦଳ ପଠାଇ ଗ୍ରାମବାସୀଙ୍କ ଅସୁବିଧାର ସମାଧାନ କରନ୍ତୁ।ନ ହେଲେ ଅନେକ ରୋଗୀଙ୍କ ଅବସ୍ଥା ସଂକଟାପଣ୍ଣ ହୋଇ ଜୀବନ ହରାଇ ବସିବେ, ଯାହାର ଦାୟୀ ନିଜେ ସରକାର ହେବେ।ଏହା ସଙ୍ଗେ ବରପାଲି ବ୍ଲକର ହଲଦୀପାଲି,ତିନକାନି ଏବଂ ଆହୁରି ଅନେକ ଗାଁରେ ଯକୃତ ରୋଗରେ ବହୁତ ଲୋକ ଆକ୍ରାନ୍ତ ଅଛନ୍ତି।ସରକାର ସମସ୍ତ ରୋଗୀଙ୍କୁ ମାଗଣାରେ ପଞ୍ଚାୟତ ଅଫିସରେ ଔଷଧ ଯୋଗାଇ ଦେଲେ ଲୋକମାନେ ଉପକୃତ ହେବେ।

Latest News