Breaking News

ଗାନ୍ଧି ଛକ ରେ ନୁଆଁଖାଇ ଭେଟଘାଟ

Date:21-09-2019




ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକ ଠାରେ ନୂଆଖାଇ ପରିବାର ଗାନ୍ଧିଛକ ତରଫରୁ ନୂଆଖାଇ ଭେଟଘାଟ ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ
ସାଂସ୍କୃତିକ ତଥା ପରମ୍ପରା, ସଂସ୍କାର, ଗୀତ, ଭାଷା ର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ  ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।  ଓ ସମ୍ମାନୀତ ଅତିଥି ଭାବେ ବିଜେଡି ଜିଲ୍ଲା ଉପ ସଭାପତି ବିଶ୍ୱନାଥନାୟକଯୋଗଦେଇଥିଲେଏବଂ ସମ୍ବଲପୁରୀ ସଂସ୍କୃତି, ଐତିହ ଏବଂ ପରମ୍ପରା ର ମହତ୍ତ୍ୱ ବିଷୟରେ ଲୋକ ଙ୍କୁ କହିଥିଲେ ଏହି ଅବସରରେ ପଶ୍ଚିମ ଓଡିଶାର ବିଭିନ୍ନ ସାଂସ୍କୃତିକ ନୃତ୍ୟ ଏବଂ ଗୀତ ପରିବେଷଣ କରାଯାଇଥିଲା। ସମାଜ ପାଇଁ ବିଭିନ୍ନ ମାଧ୍ୟମରେ ସହାୟତା ଏବଂ କାର୍ଯ୍ୟ କରୁଥିବା ସମାଜ ସେବୀ ସଂସ୍ଥା କୁ ମଞ୍ଚ ରେ ସମ୍ମାନିତ କରିବା ସହିତ ପୁରସ୍କାର ଦିଆଯାଇଥିଲା। ପରେ ଜୀବନ ର କଠିନ ପରିସ୍ଥିତି ରେ ମଧ୍ୟ ହାର ନ ମାନି ସଫଳ  ହୋଇଥିବା ଅନେକ ବ୍ୟକ୍ତି ବିଶେଶ ଙ୍କୁ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ସମ୍ମାନିତ କରାଯାଇଥିଲା। ଦର୍ଶକ ମାନଙ୍କର ମନୋରଞ୍ଜନ ପାଇଁ ସମ୍ବଲପୁରୀ ହାସ୍ୟ କଳାକାର କେଦାରନାଥ ପଟେଲ ଏବଂ ଯୋଗେଶ ଜୋଜୋ ଙ୍କ ନିଜର ଅଭିନୟ ରେ ଲୋକ ମାନଙ୍କୁ ମୁଗ୍ଧ କରିଥିଲେ। ଏବଂ ବିଭିନ୍ନ କ୍ଷେତ୍ର ରୁ ଆସିଥିବା ନୃତ୍ୟ ଏବଂ ଗୀତ କଳାକାର ଲୋକଙ୍କୁ ମନୋରଞ୍ଜନ କରିଥିଲେ। ଏଭଲି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏତେ ଲୋକ ଭିଡ଼ ହେଉଥିବାରୁ ନୂଆଖାଇ ପରିବାର ତରଫରୁ ଧନ୍ୟବାଦ କୁହାଯାଇଛି ଏବଂ ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି  ରହିବ ବୋଲି ସଂଗଠନ ର ସଭାପତି କହିଛନ୍ତି। ଅନ୍ୟ ପକ୍ଷରେ ଏହି କାର୍ଯ୍ୟକ୍ରମ ରେ ଯୋଡି ହୋଇ ବେଶ୍ ଗର୍ବିତ ଅଛନ୍ତି ବୋଲି ବ୍ରଜରାଜନଗର ବିଧାୟକ କହିଛନ୍ତି ଏବଂ ସମ୍ବଲପୁରୀ ସଂସ୍କୃତି, ଐତିହ ଏବଂ ପରମ୍ପରା କୁ ପ୍ରଚାର ପ୍ରସାର କରିବା ଏକ ଖୁସି ର କଥା ବୋଲି ବ୍ରଜରାଜନଗର ବିଧାୟକ କହିଛନ୍ତ ମଞ୍ଚ ପରିଚାଳନା ଡ଼ ଶିବପ୍ରିୟା ମିଶ୍ର କରିଥିଲେ ସଭାପତି ରାଧେଶ୍ୟମ ପ୍ରଧାନ ସମସ୍ତ କାର୍ଯ୍ୟ ତୁଲାଇଥିଲେ।

Latest News