Breaking News

ପୋଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ଶୋଭାଯାତ୍ରା ଅନୁଷ୍ଠିତ

Date:20-09-2019




ଓଜସ୍ଵୀ ବେଲପାହାଡ଼: ଝାରସୁଗୁଡା ଜିଲ୍ଲା ପୂର୍ତ୍ତ ବିଭାଗ ଓ ବେଲପାହାଡ ପୌରପରିଷଦର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସକାଳେ ପୋଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ଗୋମାଡେରାସ୍ଥିତ ଶହିଦ ସ୍ତମ୍ଭରୁ ଆରମ୍ଭ ହୋଇ ବେଲପାହାଡ ଫାଟକସ୍ଥିତ ଆହାରକେନ୍ଦ୍ର ନିକଟରେ ଶେଷ ହୋଇଥିଲା । ଏଥିରେ ପଲିଥିନର କବଳରୁ ପରିବେଶକୁ ସୁରକ୍ଷା କରିବା ତଥା ଆଗାମୀ ଦିନରେ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରି ଏକ ସୁନ୍ଦର ଓ ସୁସ୍ଥ ପୃଥିବୀ ଗଠନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଏହି ଅବସରରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଗାୟତ୍ରୀ ପଟେଲ କହିଛନ୍ତି ପଲିଥିନ ମଣିଷ ସମାଜ ତଥା ପରିବେଶ ପାଇଁ ବହୁ କ୍ଷତିକାରକ ।  ପଲିଥିନ ହିଁ ପରିବେଶ ପ୍ରଦୂଷଣର ଏକ ମୂଖ୍ୟ କାରଣ । ଏହାର ବ୍ୟବହାର ବଢିଲେ ଆଗାମୀ ଦିନରେ ମଣିଷ ସମାଜ ବହୁ ଅସୁବିଧାର ସମ୍ମୁଖୀନ ହେବ । ତେଣୁ ପୋଲିଥିନ ବର୍ତ୍ତମାନଠାରୁ ବ୍ୟବହାର ବନ୍ଦ କରି ଦେଶ ତଥା ସମାଜକୁ ପଲିଥିନ ମୁକ୍ତ କରିବା ପାଇ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ର‌୍ୟାଲିରେ ବେଲପାହାଡ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ତିଓାରୀ, ନୋଡାଲ ଅଫିସର ଗୁରୁଦେବ ପଧାନ, ପୌରପରିଷଦର ତଥା ପୁର୍ତ୍ତ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।

Latest News