Breaking News

ଭିନ୍ନତାରେ ଏକତାର ବାର୍ତ୍ତା ଦେଲା ଶିଖ ସମାଜ

Date:20-09-2019





ଓଜସ୍ଵୀ ବେଲପାହାଡ଼: ଝାରସୁଗୁଡା ଓ ବେଲପାହାଡ ସହରର ଶିଖ ସମାଜ ଶୁକ୍ରବାର ସମସ୍ତଙ୍କୁ ଭିନ୍ନତାରେ ଏକତାର ବର୍ତ୍ତା ଦେଇଛି । ଗୁରୁ ନାନକ କହିଥିଲେ ପୃଥିବୀର ପ୍ରତ୍ୟେକ ମଣିଷର କଥାବାର୍ତ୍ତା, ପରମ୍ପାରା, ରହଣି ସହଣୀ, ପୋଷାକ ଆଦିରେ ଭିନ୍ନତା ରହିଛି । କିନ୍ତୁ ଏହି ସମସ୍ତ ଭିନ୍ନତା ମଧ୍ୟରେ ମଧ୍ୟ ମଣିଷ ଏକ । ପରମପିତା ପରମେଶ୍ୱର ଏକ ବୋଲି ଶିଖ ସମାଜ ପକ୍ଷରୁ କୁହାଯାଇଛି  । ତେଣୁ ପୂଜ୍ୟ ଗୁରୁନାନକଙ୍କ ୫୫୦ତମ ଜନ୍ମଦିନ ଅବସରରେ ଆସନ୍ତା ୨୨ ତାରିଖ ହେବାକୁ ଥିବା ଶୋଭାଯାତ୍ରାରେ ସମସ୍ତ ସମାଜକୁ ନିମନ୍ତ୍ରଣ କରିଛନ୍ତି । ଆସନ୍ତା ୨୨ ତାରିଖରେ ଶୋଭାଯାତ୍ରା ସମ୍ବଲପୁରରୁ ବାହାରି ଝାରସୁଗୁଡା ଦେଇ ୨୪ ତାରିଖ ବୋଲପାହାଡ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଝାରସୁଗୁଡା ଓ ବେଲପାହାଡ ସହରରେ ଗୁରୁ ନାନକଙ୍କ ପ୍ରକାଶ ଉତ୍ସବର ଏହି ଶୋଭାଯାତ୍ରାକୁ ଭବ୍ୟ ସମ୍ବର୍ଦ୍ଧାନା ଦେବା ପାଇଁ ସହରର  ହିନ୍ଦୁ, ଶିଖ, ମୁସଲିମ ତଥା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିଖ ସମ୍ପ୍ରଦାୟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଏଥିପାଇଁ ଗୋମାଡେରା ଗୁରୁଦ୍ୱାରାରେ ଏକ ବୌଠକର ଆୟୋଜନ ହୋଇଥିଲା । ଏଥିରେ ଅମରିକ ସିଂ, ଗୁରନାମ ସିଂ, ସତନାମ ସିଂ, ଜଗଜିତ ସିଂ, ଅବତାର ସିଂ ପ୍ରମୂଖଙ୍କସହ ସରରର ବିଭିନ୍ନ ସମ୍ପ୍ରଦାୟର ଲୋକେ ଉପସ୍ଥିତ ଥିଲେ ।

Latest News