Breaking News

କଳାକାରଙ୍କ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Date:20-09-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ସମସ୍ତ ବ୍ଳକ ର ଅନେକ ସଂଖ୍ୟକ କଳାକାର ମାନେ ମିଶି ଝାରସୁଗୁଡା ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଘେରାଓ ମଧ୍ୟ କରିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ କଳାକାର ମାନଙ୍କୁ ଭତ୍ତା ଦେବେ ବୋଲି ନିଷ୍ପତ୍ତି କରିଥିଲେ।ଏପରିକି ସେମାନଙ୍କୁ ଚାରିମାସ ଭତ୍ତା ମଧ୍ୟ ଦିଆ ଯାଇଥିଲା।କିନ୍ତୁ ଅତି ଦୁଃଖର ବିଷୟ ଦୀର୍ଘ ସାତ ମାସ ହୋଇ ଗଲାଣି କାହାରିକୁ ଭତ୍ତା ଦିଆଯାଇ ନାହିଁ।ଏପରିକି ଯେଉଁମାନଙ୍କୁ କଳାକାର ଭତ୍ତା ଦିଆଯାଉଥିଲା ସେମାନଙ୍କର ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରିଦିଆଯାଇଛି।ଫଳରେ ଗରିବ କଳାକାର ମାନେ କୌଣସି ଆଶ୍ରା ନ ପାଇ ବାଧ୍ୟ ହୋଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବା ପାଇଁ ଆସିଛନ୍ତି।

Latest News