Breaking News

ଏଫ.ଡି.ଆଇ. କୁ ବିରୋଧ କରି ଭାରତୀୟ କୋଇଲା ମଜଦୁର ସଙ୍ଘର ଆନ୍ଦୋଳନ

Date:19-09-2019




ଓଜସ୍ଵୀ ଇବ-ଥର୍ମାଲ: ଆଜି ବନ୍ଧବାହାଲ ଇନ୍ଦ୍ରଧନୁସ କ୍ଲବ ସମାନରେ ଅଖିଳ ଭାରତୀୟ କୋଇଲା ମଜଦୁର ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଆଗାମୀ ୨୩ ରୁ ୨୭ ତାରିଖ ପର୍ଯ୍ୟନ୍ତ କୋଇଲା ଉତ୍ପାଦନ ଏବଂ ପରିବହନ ବନ୍ଧ କରିବା ପାଇଁ ଆହ୍ୱାନ ଦେଇଥିଲେ।ଅଖିଳ ଭାରତୀୟ କୋଇଲା ମଜଦୂର ସଂଘ ପକ୍ଷରୁ ପାଞ୍ଚ ଦିନିଆ କାର୍ଯ କରିବା ପାଇଁ ବନ୍ଧ ଡାକରା ଆଜିର ସଭାରେ ସୁଧୀର ଗୁରଡେ ଅଖିଳ ଭାରତୀୟ କୋଇଲା ମଜଦୁର ସଙ୍ଘ ର ସର୍ବ ଭାରତୀୟ ସାଧାରଣ ସଂପାଦକ,ଅଜୟ ଶତପଥି ସଂପାଦକ,ସୁଜିତ ଝା ଅଧକ୍ଷ ବି ଏମ ସ ବନ୍ଧବାହାଲ ସଂଘ ,ମହେଶ୍ୱର ମହନ୍ତ ସାଧାରଣ ସଂପାଦକ ବ୍ରଜରାଜନଗର ଇବ ସଙ୍ଘ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଯଦି କେନ୍ଦ୍ର ସରକାର ଏହାକୁ କର୍ଣପାତ ନକରନ୍ତି ତେବେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Latest News