Breaking News

କାମ କରୁଥିବା ସମୟରେ ୧୧କେଭି ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର ।

Date:19-09-2019



ଓଜସ୍ଵୀ ଲଖନପୁର: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମରେ ପଞ୍ଚାୟତ ଠିକା କାମ କରୁଥିବା ସମୟରେ ୧୧କେଭି ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର ।ଘଟଣାନୁସାରେ  ଆଜି ପଞ୍ଚାୟତର କୌଣସି କାର୍ଯ୍ୟ କରୁଥିବା ସମୟରେ ଘର ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଜଣକ ମୁହଁ ଠାରୁ ହାତ ପର୍ଯ୍ୟନ୍ତ ଜଳି ଯାଇଥିଲେ, ଗୁରୁତର ଅବସ୍ଥାରେ ମହିଳାଙ୍କୁ ଲଖନପୁର ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ବୁର୍ଲା କୁ ସ୍ଥାନାନ୍ତରିତ କରିବାକୁ କହିବା ବେଳକୁ ଠିକାଦାର ଜଣକ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଦୁର୍ଘଟଣା ପାଇଁ  ଦାୟୀ କିଏ ? ବୋଲି ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଘଟଣାର ତଦନ୍ତ କରି ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ମହଲରେ ଦାବି ହୋଇଛି

Latest News