Breaking News

ଶୂଭଲକ୍ଷ୍ମୀ ବହୁମୁଖୀ ମହିଳା ସମବାୟ ସମିତି ଲିଃ ର ଦଶମ ବାର୍ଷିକ ଉତ୍ସବ ପାଳିତ

Date:18-09-2019



ଓଜସ୍ଵୀ ଝାରସୁଗୁଡା: ଆଜି ବୁଧବାର ଦିନ ବେଦାନ୍ତ ପୃଷ୍ଠପୋଷାକତାରେ ଗଠିତ ଶୂଭ ଲକ୍ଷ୍ମୀ ବହୁମୁଖୀ ମହିଳା ସମବାୟ ସମିତି ଲିଃ ର ଦଶମ ବାର୍ଷିକ ସାଧାରଣ ସଭା ବେଦାନ୍ତ ଟାଉନସିପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଅଵସର ରେ ବେଦାନ୍ତ ଲିଃ ଝାରସୁଗୁଡା ସିଇଓ ଶ୍ରୀ ସି.ଏନ. ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳ ଉଦ୍ୟୋଗ ଏବଂ ସଭ୍ୟ ମାନଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ ମଧ୍ୟ କରିଥିଲେ।ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲୋକ ସମ୍ପର୍କ ବିଭାଗ ର ମୁଖ୍ୟ ଶ୍ରୀ ସଂଜୀବ ପଟ୍ଟନାୟକ ଓ ସାମାଜିକ ଦାୟିତ୍ବବୋଧ ବିଭାଗର ମୁଖ୍ୟ ଶ୍ରୀ ସୁନ୍ଦର ରାଜ ଯୋଗଦେଇଥିଲେ। ଦେଶର ପ୍ରଗତି ପଥରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସେମାନଙ୍କୁ ସ୍ବାବଳମ୍ବୀ କରିବା ଦିଗରେ ଶୂଭଲକ୍ଷ୍ମୀ ଭଳି ପଦକ୍ଷେପ ପାଇଁ ଆମେ ଗର୍ବିତ ବୋଲି କହିଥିଲେ ଅତିଥି ମାନେ ।

Latest News