Breaking News

ମୋଦିଙ୍କର ଜନ୍ମଦିନ ସପ୍ତାହ ଉପଲକ୍ଷେ ସ୍ୱଚ୍ଛ ଭାରତ ମିଶନ ରେ ରେଳଷ୍ଟେସନ ସଫା କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Date:17-09-2019



 
ଓଜସ୍ଵୀ ଝାରସୁଗୁଡ଼ା: ରେଳଷ୍ଟେସନ ରେ ଝାଡୁ ଧରି ସଫେଇ କାମ କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ମୋଦିଙ୍କର ଜନ୍ମଦିନ ସପ୍ତାହ ଉପଲକ୍ଷେ ସ୍ୱଚ୍ଛ ଭାରତ ମିଶନ ରେ ରେଳଷ୍ଟେସନ ସଫା କରିବା ସହ ସୁନାରୀମୁଣ୍ଡା ସ୍ଥିତ ମୂକ ବଧିର ସ୍କୁଲ ଯାଇ ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଉପଲକ୍ଷେ ସ୍ବଚ୍ଛ ଭାରତ ମିଶନ, ଵୃକ୍ଷରୋପଣ, ରକ୍ତ ଦାନ ଭଳି ମହତ କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି । ଏହା  ସହିତ ଶ୍ରୀ ଷଡଙ୍ଗି ପ୍ରଧାନମନ୍ତ୍ରୀଙ୍କୁ ଭାରତର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । କେବଳ ସେତିକି ନୁହଁ ସର୍ଜିକାଲ ଷ୍ଟ୍ରାଇକର ସଫଳତା ଠାରୁ ଆରମ୍ଭ କରି ଚନ୍ଦ୍ରାୟଣ-୨ର ପ୍ରାୟାସ କୁ ବେସ ପ୍ରସଂଶା କରିଥିଲେ । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଦିର୍ଘାୟୁ କାମନା କରିଛନ୍ତି ।

Latest News