Breaking News

ହୀରାକୁଦ ବିସ୍ଥାପିତ ୧୦ ଡ଼ିସମିଲ ଜମି ପଟ୍ଟାପାଇଁ ଆମରଣ ଅନସନ

Date:16-09-2019



ହୀରାକୁଦ ବିସ୍ଥାପିତ ପରିବାର ଦଶନ୍ଧି ଦଶନ୍ଦି ଧରି ନିଜର ନ୍ୟାର୍ଯ୍ୟ ଦାବି ପାଇଁ ସରକାରଙ୍କ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ ଏହାଙ୍କର ସମସ୍ୟାର ସମାଧାନ କରିବା ଦିଗରେ ଯଥେଷ୍ଟ ପ୍ରୟାସ ହେଉନାହିଁ । ବିଶେଷ ଭାବରେ ଜିଲାର ଲଖନପୁର ବ୍ଲକର ଅନେକ ବିସ୍ଥାପିତ ପରିବାର ସରକାରଙ୍କ ପ୍ରତିଶୃତି ଅନୁସାରେ ୧୦ ଡ଼ିସିମିଲ ଜମି ସରକାର ଏହି ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ଯୋଗାଇ ଦେବାକଥା । ଏହି ବିସ୍ଥାପିତ ମାନେ ବର୍ଷ ବର୍ଷଧରି ପଟ୍ଟା ପାଇଁ ଦାବି କରିଆସୁଥିବେଳେ ସବୁବେଳେ ଏମାନଙ୍କର କାଗଜପତ୍ର ହଜି ଯାଉଛିତ କେତେବେଳେ ସରକାରୀ ବାବୁ ମାନଙ୍କ ପାଖରେ ଏମାନଙ୍କ କଥା ସୁଣିବାକୁ ସମୟ ନାହିଁ । ବରମ୍ବାର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭକରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଶେଷରେ ନୟାନ୍ତ ହୋଇ ଲଖନପୁର ବ୍ଲକ ଭଅଁରାଚକା ଗ୍ରାମର ବିସ୍ଥାପିତ ହିମାଳୟ ପ୍ରଧାନ ସୋମବାର ସକାଳୁ ଝାରସୁଗୁଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜମି ପଟ୍ଟାଦାବିରେ   ଆମରଣ ଅନସନରେ ବସିଥିଲେ । ଅପରାହ୍ନରେ ଝାରସୁଗୁଡ଼ା ତହସିଲଦାର ବୁଝାସୁଝା କରିବା ସହିତ ଖୁବଶିଘ୍ର ହିମାଳୟ ପ୍ରଧାନଙ୍କ ମାମଲାରୁ ବିଚାରକରି ଜମି ପଟ୍ଟା ପ୍ରଦାନ କରିବାକୁ ପ୍ରତିଶୃତି ଦେବାପରେ  ହିମାଳୟ ପ୍ରଧାନ ଆମରଣ ଅନସନ ପ୍ରତ୍ୟାଗୃତ କରିଥିଲେ ।

Latest News