Breaking News

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

Date:16-09-2019




ଓଜସ୍ଵୀ ଝାରସୁଗୁଡ଼ା : ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଲଖନପୁର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧୀକ୍ଷକ ଅଶ୍ୱିନୀ କୁମାର ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ତପିରାମ ମାଝୀ, ଉପ ଜିଲ୍ଲାପାଳ ଶିବ ଟପ୍ପୋ,ଲଖନପୁର ବ୍ଲକ ଅଧକ୍ଷ୍ୟା ଶାନ୍ତି ପ୍ରଧାନ,ସିଡିଏମଓ ,ସହକାରୀ ଜିଲ୍ଲାପାଳ ଅଶ୍ୱିନୀ କୁମାର ପଣ୍ଡା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋବିନ୍ଦ ଦନସେନାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ମୋଟ ୫୨ଟି ଅଭିଯୋଗ  ଉପସ୍ଥାପନ କରାଯାଇଥିଲା।ସେଥି ମଧ୍ୟରୁ ୪୭ଟି ବ୍ୟକ୍ତିଗତ ଓ ୫ଗୋଟି ସାମୁହିକ।ମୁଖ୍ୟତଃ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା , ରାସନ କାର୍ଡ,ଜାତୀୟ ପରିବାର ମଙ୍ଗଳ ଯୋଜନା, ଫସଲ ବୀମା ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଅଭିଯୋଗ ଉପସ୍ଥାପିତ ହୋଇଥିଲା। କାର୍ଯ୍ୟକ୍ରମ ରେ ରେଡକ୍ରସ ତରଫରୁ ୧୩ ଜଣଙ୍କୁ ୪୭ ହଜାର ଟଙ୍କା ଓ ଜଣକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ତରଫରୁ ଦଶ ହଜାର ଟଙ୍କାର ସହାୟତା ପ୍ରଦାନ ସକାଶେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି କରି ଜିଲ୍ଲାପାଳ ସମାଧାନ ସକାଶେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । 
           

Latest News