Breaking News

ଝାରସୁଗୁଡା ବିମାନ ବନ୍ଦରରେ ହିନ୍ଦି ଦିବସ ପାଳିତ

Date:16-09-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ବିର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ହିନ୍ଦି ଦିବସ ପାଳିତ ହୋଇଯାଇଛି । ଏଅବସରରେ ମୁଖ୍ୟ ଅତିଥିଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସ୍ନାତକ ହିନ୍ଦୀ ବିଭାଗର ସଂଯୋଜକ ଡା. ମୁରଳି ଲାଲ ଶର୍ମା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ  ସୁଦେଶ କୁମାର ଚୌହାନ ଯୋଗ ଦେଇଥିଲେ । ସଭାର ପରିଚାଳନା କରିଥିଲେ ହିନ୍ଦୀ ନୋଡାଲ ଅଧିକାରୀ ମନୋଜ କୁମାର ନାୟକ । ହିନ୍ଦି ଭାଷାକୁ ପ୍ରାଧାନ୍ୟ ଦେବା ପାଇଁ ବକ୍ତାମାନେ ନିଜ ଅଭିଭାଷଣ ରେ କର୍ମଚାରୀ ଙ୍କୁ  ଆହ୍ୱାନ ଦେଇଥିଲେ । ହିନ୍ଦି ଭାଷା ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ଏବଂ ବିମାନ ବନ୍ଦରର ସମସ୍ତ କର୍ମଚାରୀ ଏବେ ହିନ୍ଦୀ ଭାଷାରେ ଲେଖାପଢା କରିବା ଦରକାର ବୋଲି ଅତିଥି ମାନେ କହିଥିଲେ ।

Latest News