Breaking News

ବ୍ରଜରାଜନଗର ସ୍ଥିତ ଗୁରୁଦ୍ୱାରା ଠାରେ ଶିଖଙ୍କ ସାମ୍ବାଦିକ ସମ୍ମିଳନୀ

Date:16-09-2019



ଓଜସ୍ଵୀ ବ୍ରଜରାଜନଗର: ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଗୁରୁଦ୍ୱାରା ଠାରେ ଶିଖ ମାନେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ । ଆଗାମୀ ସେପ୍ଟେମ୍ବର 23 ତାରିଖ ରେ ହେବାକୁ ଶିଖ ମାନଙ୍କର ଐତିହାସିକ ୟାତ୍ରା ପାଇଁ ସମସ୍ତ ଧର୍ମ ବର୍ଣ୍ଣ ଜାତି ର ବ୍ୟକ୍ତି ଙ୍କୁ ସାମିଲ ହୋଇ ଏକ ପବିତ୍ର କାର୍ଯ୍ୟକ୍ରମ ରେ ଅଂଶଧାର ହେବା ପାଇଁ ଆହ୍ବାନ କରିଛନ୍ତି।ଶିଖ ଗୁରୁ ଭିନ୍ନତା ଭିତରେ ଏକତା ର ଉପଦେଶ ଦେଉଥିବା ବେଳେ ଏବେ ସମାଜ ରେ ଏକ ଜାତି ଏକ ବର୍ଣ୍ଣ ଏବଂ ଏକ ଧର୍ମ ଭାବରେ ଭାଇ ଭାଇ ଭାବରେ ରହିବାକୁ ଆହ୍ବାନ କରିଛନ୍ତି ବ୍ରଜରାଜନଗର ପଞ୍ଜାବୀ ସଂଘ ର ସଭାପତି।   ଶିଖ ଗୁରୁ ଙ୍କର ଏହି ଯାତ୍ରା ସେପ୍ଟେମ୍ବର 22 ତାରିଖରେ ସମ୍ବଲପୁର ରୁ ଆରମ୍ଭ ହୋଇ 23 ତାରିଖରେ ଝାରସୁଗୁଡ଼ା ରେ ପହଞ୍ଚିବ। ଏବଂ ଅକ୍ଟୋବର 10 ତାରିଖରେ ଛତିଶଗଡ଼ ରୁ ଯାଇ ବୁର୍ଲା ରେ ଶେଷ ହେବ। ଏହି ଅଲୌକିକ ଯାତ୍ରା ରେ ଜିଲ୍ଲା ର ସମସ୍ତ ଭାଇ ଭଉଣୀ ଯୋଗ ଦେବା ପାଇଁ ସଭାପତି ଆହ୍ବାନ କରିଛନ୍ତି।

Latest News