Breaking News

ଜିଲ୍ଲା ମୂଖ୍ୟ ଚିକିତ୍ସାରେ ଚିକିତ୍ସା ଅବହେଳା, ଜଣେ ମୃତ ଘଟଣାସ୍ଥଳରେ ଉତ୍ତେଜନା।

Date:11-09-2019



 ଝାରସୁଗୁଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଯୋଗୁଁ କ୍ଷେତ୍ରମଣି କୁସୁମ (୩୦) ଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଲଇକେରା ବ୍ଲକ ଖୁଣ୍ଟମାଲ ପଞ୍ଚାୟତ ଅନ୍ତର୍ଗତଃ ଜାଲିମାଲ ଗ୍ରାମର କ୍ଷେତ୍ରମଣି କୁସୁମ ବୁଧବାର ସକାଳ ୧୧ଟାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ତାଙ୍କୁ ୧୨ଟାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଚିକିତ୍ସା ଅବହେଳା ଯେଗୁଁ ସେ ପ୍ରାଣ ହରାଇଛନ୍ତି ବୋଲି ପରିବାର ଲୋକେ କହିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ କ୍ଷେତ୍ରମଣିଙ୍କୁ ଚିକିତ୍ସାଳୟକୁ ଆଣିଲା ପରେ ଚିକିତ୍ସାଳୟ କର୍ତ୍ତୁ ପକ୍ଷ ସେମାନଙ୍କୁ ଏ ସ୍ଥାନରୁ ସେ ସ୍ଥାନକୁ କେବଳ ସ୍ଥାନାନ୍ତର କରିଥିଲେ । ଏହାସହ ଡାକ୍ତର ପ୍ରାୟ ୧ ଘଣ୍ଟା ବିଳମ୍ବରେ ଚିକିତ୍ସା ଆରମ୍ଭ କରିଥିଲେ । ଫଳରେ ଉଚିତ ସମୟରେ ଚିକିତ୍ସା ନ କରିବାରୁ କ୍ଷେତ୍ରମଣିଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏଡିଏମୋ ଡ. ପଟେଲ କହିଛନ୍ତି ରୋଗୀଙ୍କୁ ଚିକିତ୍ସାଳୟ ଆଣିଲା ସମୟରେ ତାଙ୍କ ଛାତିରେ ପାଣି ଭରିବାସହ ଅବସ୍ଥା ଶୋଚନୀୟ ଥିଲା । ଫଳରେ ଡାକ୍ତର ତୁରନ୍ତ ଚିକିତ୍ସ କରିବା ସତ୍ତେ୍ୱ ରୋଗୀ ପ୍ରାଣ ହରାଇଛନ୍ତି ।
 

Latest News