Breaking News

ଝାରସୁଗୁଡା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ରେ ଉଚ୍ଚସ୍ତରୀୟ ସମିକ୍ଷା ବୈଠକ

Date:09-09-2019



ଝାରସୁଗୁଡା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ରେ ଉଚ୍ଚସ୍ତରୀୟ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ପଶ୍ଚିମ ବଙ୍ଗ ବିଧାନଚନ୍ଦ୍ର କୃଷି ବିଶ୍ବ ବିଦ୍ୟାଳୟ ର ପୂର୍ବତନ କୂଳପତି ଡ. ଆର୍.କେ ସାମନ୍ତ।ଏହି ବୈଠକ ପରେ ଏକ ଉତ୍ପାଦକ ଗୋଷ୍ଠୀ ମାନଙ୍କର ଉତ୍ପାଦନ ଏବଂ କୃଷକ ନିର୍ମିତ ଅଭିନବ ଯନ୍ତ୍ରପାତିର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହା ସହ ଏକ କୃଷକ ଲବି ଉଦଘାଟନ ହୋଇଥିଲା ଏବଂ କୃଷି ସଂପ୍ରସାରଣ ପତ୍ରିକା ଉନ୍ମୋଚନ କରାଯାଇଥିଲା । ଏହି ବୈଠକରେ ବେଦାନ୍ତ ସିଏସ୍ଆର ଅଧିକାରୀ, ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବେସରକାରୀ ସଂସ୍ଥା ମାନ ଉପସ୍ଥିତ ରହିଥିଲେ । ସମସ୍ତ ଅତିଥି ବୃନ୍ଦ ମିଶି କେନ୍ଦ୍ରର ପରିଦର୍ଶନ କରିଥିଲେ ଓ ବୃକ୍ଷ ରୋପଣ କରିଥିଲେ ।

Latest News