Breaking News

ବଦଳିଲେ ଝାରସୁଗୁଡା ସିଡିଏମ୍ଓ

Date:09-09-2019



ଓଜସ୍ବି ଝାରସୁଗୁଡା-ଆଜି ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁ ହେଲାପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୧୯ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ବଦଳି କରିଛି ।ଏହି କ୍ରମରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରିଛି । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅବସ୍ଥାପିତ ଥିବା ଡ. କୌଶଲ୍ୟା ପ୍ରଧାନ ଙ୍କୁ ରାଉରକେଲା ସ୍ଥିତ IGH ର ସର୍ଜରୀ ବିଭାଗର ମୁଖ୍ୟ ଭାବେ ଵଦଳି କରାଯାଇଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସର୍ଜରୀ ବିଶେଷଜ୍ଞ ଡ. ଶଶିଭୂଷଣ ପଟେଲ ଙ୍କୁ ସମ୍ବଲପୁର ସିଡିଏମ୍ଓ ଭାବେ ବଦଳି କରାଯାଇଛି । ଦେବଗଡ଼ ସିଡିଏମ୍ଓ ଭାବେ ଅବସ୍ଥାପିତ ଥିବା ଡ.ଜଗଦୀଶ ଚନ୍ଦ୍ର ବାରିକ ଙ୍କୁ ଝାରସୁଗୁଡା ର ନୁତନ ସିଡିଏମ୍ଓ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରକାଶ ଥାଉକି ବିଗତଦିନରେ ଝାରସୁଗୁଡା ର ସ୍ବାସ୍ଥ୍ୟ ସେବା ନିମ୍ନମାନର ରହିଥିବା ବେଳେ କେତେ ବେଳେ ନବଜାତ ଶିଶୁ ମୃତ୍ୟୁ, କେତେ ବେଳେ କର୍ମଚାରୀ ଙ୍କ ମଧ୍ୟ ଖଣ୍ଡ ଯୁଦ୍ଧ ତ ଆଉ କେତେ ବେଳେ ଦିନ ଦିନଧରି ଶବ ପଡ଼ି ଥିବା ଭଳି ଅଭାବନୀୟ ଘଟଣା ମାନ ଲୋକଲୋଚନକୁ ଆସିଥିଲା ।

Latest News