Breaking News

ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟ

Date:08-09-2019




ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର  ୧୯ ନଂ ୱ।ଡରେ ଥିବା ଶାସ୍ତ୍ରୀନଗର ଗଣ୍ଡା ସମାଜ ପକ୍ଷରୁ ଟାଉନ ହାଇସ୍କୁଲ ଖେଳ ପଡିଆରେ ଧୁମ୍ ଧାମ୍ ର ସହ ନୁଆଁଖାଇ ଭେଟ ଘାଟ  ପାଳିତ ହୋଇଯାଇଛି ଏହି ଉସୂବକୁ ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଡ଼ ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିପପ୍ରଜ୍ୱଳନ କରି ଉଦଘାଟନ କରିଥିଲେ  ଏହି ଅବସରରେ ଗଣ୍ଡା ସମାଜ ର ସଭାପତି ଅଜୁ୍ନ ମହାନନ୍ଦ ଙ୍କ ସଭାପତିତ୍ୱ ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଉକ୍ତ ସଭାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼ ଜିତେନ୍ଦ୍ର ହରିପାଲ  ସମ୍ମାନିତ ଅତିଥି ବରଗଡ ବି ଡି ଓ   ଭାବରେ ଶରତ ବାଗ ବରିଷ୍ଠ ଆଇନଜୀବୀ ତ୍ରିନାଥ ଗୁଆଲ  ଝାରସୁଗୁଡା ଗଣ୍ଡା ସମାଜ ବିକାଶ ପରିଷଦର ସଭାପତି ଲକ୍ଷ୍ମୀଚରଣ ପାଲ  ନିହାଲ ସିଂ ଯୋଗଦାନ କରିଥିଲେ  ପ୍ରଫେସର  ରମେଶ ଚନ୍ଦ୍ର ମହାନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ  ଗଣ୍ଡା ସମାଜ ର କିପରି ଉନ୍ନତି ହୋଇପାରିବ  ସେ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ ନୁଆଖାଇ ପରମ୍ଫରା ଉପରେ କହିଥିଲେ  ଶାସ୍ତ୍ରୀନଗର ଗଣ୍ଡା ସମାଜ ର ସଭାପତି ଅତିଥି ପରିଚୟ ପ୍ରଦାନ କରିଥିଲେ  ଗଣ୍ଡା ସମାଜ ର ବ୍ରଜରାଜନଗର ଅଞ୍ଚଳର ବରିଷ୍ଠ ନାଗରିକ ତଥା ପରାମଶଦାତା ନୃପ ତାଣ୍ଡିଆ ଓ ଅଶୋକ କୁମ୍ବାର ମଚାସିନ ଥିଲେ ସେହି ପରି  ଶଙ୍କର ତାଣ୍ଡି ଅମିତ୍ ଦୀପ୍ ଇଶ୍ୱର ତାଣ୍ଡି  ଲାଲୁ ଦୀପ୍ କ୍ଷେତ୍ର ଗରଡିଆ ସୁନୀଲ ଦୀପ୍ ଶାନ୍ତୁନୁ ତାଜନ  ସନ୍ତୋଷ ଖେଡକର ପ୍ରମୁଖ ମଞ୍ଚାସୀନ ଥିଲେ  ମଞ୍ଚ ପରିଚାଳନା  ସନ୍ତୋଷୀ ଜୟପୁରିଆ ରୁବୀ ତନ୍ତୀ ଚାନ୍ଦଭୀ ଜୟପୁରିଆ ମଞ୍ଚ ପରିଚାଳନା କରିଥିଲେ   ଶାସ୍ତ୍ରୀନଗର ଗଣ୍ଡା ସମାଜ ସମସ୍ତ ଯୁବକ ଯୁବତୀ ଏହି  କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ  ପରିଶେଷରେ ସଂସ୍କୃତି କାର୍ଯ୍ୟ କ୍ରମ ହୋଇଥିଲା

Latest News