Breaking News

ସହୀଦ ଗଣେଶ ଉପାଧ୍ୟାୟଙ୍କ ୨୧୦ତମ ଜୟନ୍ତୀ ପାଳିତ

Date:08-09-2019



ଝାରସୁଗୁଡା ସହର ସ୍ଥିତ ଅଡିଟରିୟମ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ସହୀଦ ଗଣେଶ ଉପାଧ୍ୟାୟଙ୍କ ୨୧୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଝାରସୁଗୁଡା ଜିଲ୍ଲା ଜମେରା ପଞ୍ଚାୟତ ଅନ୍ତର୍ଗତ ସିଂହାବଗା ଗ୍ରାମରେ ୧୮୦୯ ମସିହା ସେପ୍ଟେମ୍ବର୮ ତାରିଖ ଦିନ ଗୌନ୍ତିଆ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ସେ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ଥିଲେ । ଇଂରେଜ ମାନଙ୍କ ସହ ହୋଇଥିବା ଯୁଦ୍ଧ ରେ ବୀର ସୁରେନ୍ଦ୍ର ସାଏଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ ।ଏବେ ତାଙ୍କ ସ୍ମୃତି କୁ ମନେ ପକାଇ ଆଜି ତାଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ଅଶ୍ବିନୀ କୁମାର ମହାନ୍ତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସରୋଜ କୁଅଁର ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରେସକ୍ଲଵ ସଭାପତି ତପସ୍ବୀଲାଲ ତିବାରି, ତ୍ରିନାଥ ଗୁଆଲ, ମହେନ୍ଦ୍ର ନାଏକ, ଦିନେସ ଜେନ ପ୍ରମୁଖ ଯୋଗଦେଇଥିଲେ ।

Latest News