Breaking News

ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ

Date:08-09-2019



ଓଜସ୍ଵୀ ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ଠାରେ ସଂଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
 à¬‰à¬¦à¬¯à¬¾à¬ªà¬¿à¬¤ ହୋଇଯାଇଛି। ଏହି ଜ୍ଞାନ ବିଜ୍ଞାନ ମେଳା à­© ଦିନ ବ୍ୟାପି ଚାଲିଥିଲା। ଏହି ମେଳା ରେ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ଏବଂ ଝାରସୁଗୁଡ଼ା  ମୋଟ à­« ଟି ଜିଲ୍ଲା ର ୨୪୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରଥମ ଦିନରେ ଇବ ଭ୍ୟାଲି କ୍ଷେତ୍ର ର ଏଜିଏମ ଅନୁପମ ଶ୍ରୀବାସ୍ତବ ସରସ୍ୱତୀ ଶିଶୁ ମନ୍ଦିରର ପରିଚାଳନା କମିଟିର ସଭାପତି ଶ୍ୟମସୁନ୍ଦର ଖଣ୍ଡେଲୱଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଶେଷ ଦିନରେ ସରସ୍ୱତୀ ଶିଶୁ ମନ୍ଦିର ର ପୂର୍ବତନ ଛାତ୍ର ବିଷ୍ଣୁ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି, ସମ୍ବଲପୁର ବିକାଶ ପ୍ରସୂତି ବିଭାଗ ର ତ୍ରିବ୍ରିକ୍ରମ ଶତପଥୀ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ଶଶୀଭୂଷଣ ପଳାଇ, ଏବଂ ପ୍ରଦୀପ ମିଶ୍ର ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରି ମାନପତ୍ର ପ୍ରଦାନ କରିଥିଲେ। ଏବଂ କୃତି ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କୁ ଉପକୃତ ହୋଇଚନ୍ତି ପ୍ରଧାନଚାଯ୍ୟ ନିତ୍ୟାନନ୍ଦ ଖମାରୀ ଯୋଗେନ୍ଦ୍ର ଠାକୁର ପରିଚାଳନା କରିଥିଲେ

Latest News