Breaking News

ଫୋଟିସ କମ୍ପାନୀର ବିଷାକ୍ତ ପାଣି ରୋକିବାକୁ ଗ୍ରାମବାସୀଙ୍କ ଦାବିପତ୍ର

Date:07-09-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତଃ ରଘୁନାଥ ପାଲି ଗ୍ରାମର ବରକଟା(ପୋଖରୀ)ରେ ସି ଫୋଟିସ କମ୍ପାନୀର ବିଷାକ୍ତ ପାଣି ପ୍ରଦୂଷଣ କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ବିଷ୍କ୍ ପାଣିକଣ୍ୱରକଟାକୁ ନଛାଡିବା ପାଇଁ ଗ୍ରାମବାସୀ ଦାବି କରି ଶନିବାର ଜିଲ୍ଲାପାଳଙଅକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ବରକଟାରେ କମ୍ପାନୀର ବିଷାକ୍ତ ପାଣି ମିଶି ଜଳ ପ୍ରଦୂଷିତ ହେଉଛି । ଫଳରେ ଏହାକୁ ବ୍ୟବହାର କରୁଥିବା ଗ୍ରାମବାସୀ ଅନେକ ରୋଗବ୍ୟାଧୀର ଶିକାର ହେଉଛନ୍ତି । ଏହି ଜଳ ଯୋଗୁଁ ଆଖପାଖ ଅଞ୍ଚଳର ଚାଷ ଜମି ନଷ୍ଟ ହେଉଛି । ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ଲାଣ୍ଟରୁ ନିର୍ଗତ ହେଉଥିବା ପାଣିକୁ ଚେକଓାଲ ମାଧ୍ୟମରେ ବରକଟାରେ ମିଶିବା ପୂର୍ବରୁ ରୋକିବା, ବରକଟାର ପାଣିକୁ ବିଶୁଦ୍ଧ କରିବା ପାଇଁ ବ୍ଲିଚିଙ୍ଗ ପାଉଡର ଓ ଅନ୍ୟ ବିଶୁଦ୍ଧକାରୀ ଔଷଧ ଛିଞ୍ଚିବା, କମ୍ପାନୀ ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣ କୁ ରୋକିବା, ପୋଖରୀର ଦଳ ସଫାକରିବା ଆଦି ଦାବି ଗ୍ରାମବାସୀମାନେ କରିଛନ୍ତି । ସେମାନଙ୍କ ଦାବୀ ଯଥା ଶୀଘ୍ର ପୂରଣ ନହେଲେ ଆନ୍ଦୋଲନର କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Latest News