Breaking News

ଝାରସୁଗୁଡା ବିଟିଏମ ଛକ ଠାରେ ଟ୍ରକ ଧକ୍କାରେ ଯୁବକ ମୃତ

Date:07-09-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା--ସମ୍ବଲପୁର ବିଟିଏମ ବାଇପାସ ଛକରେ ଘଟିଛି ଦୁର୍ଘଟଣା।  ଝାରସୁଗୁଡା ସହର ଉପକଣ୍ଠ ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ଏକ 10 ଚକିଆ ଟ୍ରକ ଚାପାରେ ଜଣକର ମୃତ୍ୟୁ।ଚାଲି ଚାଲି ରାସ୍ତା ପାର କରୁଥିବା ବେଳେ ଧକ୍କା ଦେଲା ଟ୍ରକ।ଝାରସୁଗୁଡା--ସମ୍ବଲପୁର ବିଟିଏମ ବାଇପାସ ଛକରେ ଘଟିଛି ଦୁର୍ଘଟଣା।ମୃତକ ଜଣକ ହେଲେ ବିହାର ରାଜ୍ୟର ରାଜଶେଖର କୁମାର(୨୭)।ସିଏ ବିଟିଏମ୍ ଅଞ୍ଚଳରେ ରହି ଭୂଷଣ ଷ୍ଟିଲ କମ୍ପାନୀ ରେ କାର୍ଯ୍ୟ କରିଥିଲେ।ବିଟିଏମ ଫାଣ୍ଡି ପୋଲିସ ମୃତଦେହକୁ ଉଠାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

Latest News