Breaking News

ଧରା ପଡିଲେ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗ ।

Date:06-09-2019




ଓଜସ୍ଵୀ ଝାରସୁଗୁଡା:ଧରା ପଡିଲେ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗ । ବ୍ୟାଙ୍କ ଗ୍ରାହକଙ୍କ ଏଟିଏମ କାର୍ଡ ଜାଲିଆତି ସହ ଜାଲ ସ୍ୱାପିଂ ମେସିନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଏକ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗର à­¬ ସଦସ୍ୟଙ୍କୁ ଧରିବାରେ ସକ୍ଷମ ହୋଇଛି ବେଲପାହାଡ଼ ପୁଲିସ। ସେମାନଙ୍କ ଠାରୁ ପୁଲିସ ନଗଦ à­­à­¬ ହଜାର ଟଙ୍କା, ୬୦ଟି ଏଟିଏମ କାର୍ଡ, ୨ଟି ସ୍କିମର ମେସିନ, ଗୋଟିଏ ଲ୍ୟାପଟପ, ୬ଟି ମୋବାଇଲ ଫୋନ ଏବଂ ଲୁଟରେ ବ୍ୟବହୃତ ଏକ ସ୍କପିଓ  ଜବତ କରିଛି। ଗିରଫ ଅପରାଧିମାନେ ହେଲେ ଶଙ୍କର ରାୟ, ରୋଶନ କୁମାର, ଧୀରେନ୍ଦ୍ର ପାଣ୍ଡେ, ରିତେଶ କୁମାର, ଅମନ କୁମାର, ଚିତ୍ତ ରଞ୍ଜନ ମିଶ୍ର। ସମସ୍ତେ  ବିହାର ରାଜ୍ୟର ବାସିନ୍ଦା ହୋଇଥିବାବେଳେ ଏହି ଗ୍ୟାଙ୍ଗ ବିଭିନ୍ନ ଦଳରେ ବିଭକ୍ତ ହୋଇ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅପରାଧିକ କାୟା ବିସ୍ତାର କରିବା ସହ ଅଭିନବ ଉପାୟରେ  ଟଙ୍କା ଲୁଟିଥିବା ଝାରସୁଗୁଡା ଏସପି ଅଶ୍ୱିନୀ ମହାନ୍ତି ସୂଚନା ଦେଇଛନ୍ତି । ତେବେ ଏହି ଲୁଟେରା ମାନଙ୍କର ନାମରେ ଆଗରୁ ଅପରାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି। ଏମାନେ ଉଚ୍ଚ ଶିକ୍ଷିତ ନ ହୋଇଥିବା ସତ୍ତ୍ୱେ ଇଣ୍ଟରନେଟ ଏବଂ ୟୁଟ୍ୟୁବ ରୁ ଚୋରି ଶିଖୀ ବ୍ୟାଙ୍କ କୁ ଯାଇ ନିରୀହ ଲୋକଙ୍କୁ ଏଟିଏମ ରୁ ପଇସା କାଢ଼ିଦେବା କହି ସ୍କିମର ମେସିନ ସାହାଯ୍ୟ ରେ ଏଟିଏମ ରୁ ସମସ୍ତ ଡାଟା ଚୁରେଇ  ପାସୱାର୍ଡ ବ୍ୟବହାର କରି  ପରେ ଆରାମ ରେ ଟଙ୍କା ଲୁଟ କରୁଥିଲେ। ଏମାନେ ଶହ ଶହ ଲୋକଙ୍କୁ ଲୁଟିଥିବା ଝାରସୁଗୁଡାଏସପି  ଅଶ୍ବିନୀ କୁମାର ମହାନ୍ତି ସୂଚନା ଦେଇଛି।
  

 

Latest News