Breaking News

ବର୍ଦ୍ଧିତ ଚାଲାଣ କୁ ନେଇ ଝାରସୁଗୁଡାବାସୀ ଅସନ୍ତୁଷ୍ଟ ।

Date:06-09-2019



ଓଜସ୍ଵୀ ଝାରସୁଗୁଡା (ଗୁରୁଚରଣ ବାଘ): à­§ ସେପ୍ଟେମ୍ବରରୁ ସାରା ଦେଶରେ ଲାଗୁ ହୋଇଥିବା ନୂଆ ଆଇନ ଯୋଗୁ ଲୋକଙ୍କୁ ବାହନ ଚାଳନା କରିବା ବେଳେ ସାଧାରଣ ଭୁଲ ଲାଗି ମୋଟା ଅଙ୍କର ଫାଇନ ଦେବାକୁ ପଡୁଛି। ତେବେ ଜରିମାନା ରାଶି ପରିମାଣ ଅଚାନକ ବୃଦ୍ଧି ପାଇଁ ସରକାର ବି ଆଗ୍ରହୀ ନଥିଲେ। ହେଲେ ଏହା ଦ୍ୱାରା ଦେଶରେ ଏଭଳି ଏକ ସମୟ ଆସିବ ଯେତେବେଳେ କୌଣସି ବାହନ ଚାଳକଙ୍କୁ ଆଉ ଜରିମାନା ହିଁ ଦେବାକୁ ପଡିବ ନାହିଁ । ଲୋକେ ଆଇନ ଲାଗି ଏତେ ସତର୍କ ହୋଇଯିବେ ଯେ ବାହନ ଚାଳନା କରିବା ବେଳେ ସେମାନଙ୍କ ଦ୍ୱାରା ହେଉଥିବା ଛୋଟମୋଟ ଭୁଲ ବି ଆଉ ହେବନି। ଦେଶର ସମସ୍ତ ରାଜମାର୍ଗ ବାହନ ଚାଳନା ଲାଗି ନିରାପଦ ହେବ। ଉଲ୍ଲେଖ ଯୋଗ୍ୟଯେ କେନ୍ଦ୍ର ସରକାରଙ୍କ ନୂଆନ ମୋଟର ଭେଇକଲ ଆକ୍ଟ କାର୍ଯ୍ୟକାରୀ ହେବା ପରେ ଏହାକୁ ସାରା ଦେଶରେ ବିରୋଧ କରାଗଲାଣି। ତେବେ ସରକାର ଲାଗୁକରିଥିବା ନୂଆ ଆଇନକୁ ନେଇ ଆଉ ପଛକୁ ହଟି ନ ପାରନ୍ତି।କେନ୍ଦ୍ର ସରକାରଙ୍କ ସଂଶୋଧିତ ମୋଟର ବାହାନ ଅଧିନିୟମରେ ଜରିମାନା ରାଶି ୧୦ ଗୁଣରୁ ବି ଅଧିକ ହୋଇଯାଇଛି। ଏଥି ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅପ୍ରିୟ ଘଟଣାମାନ ଘଟିବାରେ ଲାଗିଛି। ପଞ୍ଜାବ ଗୁରୁଗ୍ରାମରେ ଯେଉଁ ମୋଟର ସାଇକେଲର ଦାମ ୧୫ ହଜାର ଟଙ୍କାରୁ ବି କମ୍ ତାର ଚାଲାଣ ୨୩ ହଜାର ଟଙ୍କା  କଟି ଯାଇଛି। ସେହିପରି ଏକ ଅଟୋ ରିକ୍ସା ଚାଳକଙ୍କୁ à­©à­¯ ହଜାର ଟଙ୍କା ଫାଇନ ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭରଙ୍କୁ à­«à­¦ ହଜାର ଟଙ୍କା ଫାଇନ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ମଧ୍ୟ ଜଣେ ବାଇକ ଚାଳକଠାରୁ ୫ହଜାର ଫାଇନ ନେବା ଓ ଲାଇସେନ୍ସ ଜବଦ ହେବା ପରେ ଏହି ଆଇନକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

Latest News