Breaking News

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣି, ଗେଟରେ ଚଢି କାର୍ଯ୍ୟାଳୟକୁ ଯାଉଛନ୍ତି ଲୋକେ !

Date:06-09-2019



ଓଜସ୍ଵୀ ଝାରସୁଗୁଡା: ଟକେ ବର୍ଷାରେ ବେହାଲ ଝାରସୁଗୁଡା ସହର, ରାଜ୍ୟର କେତେକ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ଝାରସୁଗୁଡାରେ ବର୍ଷାର ନାଁ ନାହିଁ। ତଥାପି ଝାରସୁଗୁଡା ଜିଲ୍ଲା ପ୍ରଶାସନ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ରେ ଜମି ରହୁଛି ପାଣି । ବିପଦ ସଙ୍କୂଳ ଅବସ୍ଥାରେ ମୁଖ୍ୟ ଫାଟକ ପାରି ହୋଇ ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟକୁ ଯାଉଥିବାର ଦେଖାଦେଇଛି । ମୁଖ୍ୟ ଫାଟକ ର ଗେଟ ଉପରେ ଚଢି ଜମା ହୋଇଥିବା ପାଣି କୁ ପାର ହୋଇ କାର୍ଯ୍ୟାଳୟ କୁ ଯାଉଛନ୍ତି ଲୋକେ ! ଏନେଇ ଜିଲ୍ଲା ପ୍ରଶାସନ ନିଜ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇଥିବା ପାଣି କୁ ନିସ୍କାସନ କରି ପାରୁ ନଥିବା ବେଳେ , ଝାରସୁଗୁଡା ସହରର ଜଳ ନିସ୍କାସନ କିପରି ହୋଇପାରିବ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି ।

Latest News