Breaking News

ଝାରସୁଗୁଡା ଠାରେ ଶିଖ ଧର୍ମର ନଗର କୀର୍ତ୍ତନ

Date:06-09-2019



ଓଜସ୍ଵୀ ଝାରସୁଗୁଡା: ଭାରତର ବିଭାଜନ ପରେ ପ୍ରଥମ ଥର ପାଇଁ ଶିଖ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକ ଦେବଙ୍କ ଜନ୍ମ ସ୍ଥାନ ନନକାନା ସାହେବଠାରୁ ନଗର କିର୍ତ୍ତନ ବାହାରି ମଙ୍ଗଳବାର ଦିନ ରାଉରକେଲା ରୁ ତାଲଚେର ଦେଇ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା । ଭୁବନେଶ୍ବର ରୁ ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁର ଠାରେ ପହଞ୍ଚିବା ପରେ ଆଜି ଏହି ନଗର କିର୍ତ୍ତନ ଝାରସୁଗୁଡା ସହରର ବଡ଼ମାଲ ରେ ପହଞ୍ଚି ଥିଲା ।ସମୟ ର ଶ୍ବଳ୍ପତା ଦୃଷ୍ଟିରେ ରଖି ଝାରସୁଗୁଡା ବଡ଼ମାଲ ଠାରେ ଶିଖ ଧର୍ମ ର ଶ୍ରଦ୍ଧାଳୁମାନେ ନଗର କିର୍ତ୍ତନକୁ ଶ୍ବାଗତ କରି ଝାରସୁଗୁଡ଼ାରୁ ବ୍ରଜରାଜନଗର ଏବଂ ବେଲପାହାଡ଼ ଦେଇ ଛତିଶଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି ।

Latest News