Breaking News

ଓପିଜିସି ରେ ସ୍ଥାନୀୟ ନିଯୁକ୍ତି ସମୀକ୍ଷା କଲେ ବିଧାୟକ

Date:05-09-2019



ଇବ ଥର୍ମାଲ -ଆଜି ଇବ ଥର୍ମାଲ ଓ ପି ଜି ସି କନଫ୍ରେନ୍ସ à¬¹à¬²à­à¬°à­‡ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଏକ ମିଟିଂ ହୋଇଥିଲା । ଅଞ୍ଚଳରେ ଦେଖା ଦେଇଥିବା ବେରୋଜଗାରୀ  ଉପରେ ଆଲୋଚନା କରିଥିଲେ । ଓପିଜିସି  3 4 ପ୍ରକଳ୍ପରେ ହେଉଥିବା କାମ ରେ ନିୟୋଜିତ ଥିବା ସମସ୍ତ କଂପାନୀ  ରେ ଲଖନପୁର ବ୍ଲକ , ବେଳପାହାଡ଼ ପୌର ପରିଷଦ,ବ୍ରଜରାଜନଗର ପୌର ପରିଷଦ à¬…ଞ୍ଚଳ ର ପିଲା ମାନଙ୍କୁ ନିଯୁକ୍ତି ଦେବା ପାଇଁ କହିଥିଲେ । ଏହି ମିଟିଂ ରେ ଓପିଜିସି କମ୍ପାନୀ ତରଫରୁ ପି କେ ପାତ୍ର, ଦିଲୀପ ପଣ୍ଡା,ଏବଂ ଅନ୍ୟ ପଦାଧିକାରୀ ଉପସ୍ଥିତ ରହିଥିଲେ । ଅନ୍ୟ ପକ୍ଷରୁ ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତି ପଧାନ,ତିଲିଆ ସରପଞ୍ଚ ଠନ ସୁନ୍ଦର ସାହୁ,ରଞ୍ଜନ ଭୋଇ,ଟିକେଶ୍ୱର ସେନାପତି,ପ୍ରସନ୍ନ ପଧାନ ଉପସ୍ଥିତ ଥିଲେ । ସ୍ଥାନୀୟ ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି ।

Latest News