Breaking News

ବ୍ରଜରାଜନଗର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

Date:02-09-2019



ଓଜସ୍ଵୀ ବ୍ରଜରାଜନଗର: ଆଜି ବିଘ୍ନ ହର୍ତା ଶ୍ରୀ ଗଣେଶ ଙ୍କର ପୂଜା ସମଗ୍ର ଦେଶ ରେ ଉତ୍ସବ ସହିତ କରାଯାଉଥିବା ବେଳେ ଝାରସୁଗୁଡ଼ା ରେ ମଧ୍ୟ ଶ୍ରୀ ଗଣେଶ ଙ୍କର ପୂଜା ଆରାଧନା ନୀତି ଏବଂ ବିଧି ରେ କରାଯାଉଛି। ତେବେ ବ୍ରଜରାଜନଗର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରେ ଛାତ୍ରଛାତ୍ରୀ ଏବଂ ଗୁରୁଜନ ମାନେ ବେଶ୍ ଆନନ୍ଦ ଉତ୍ସାହ ସହ ଶ୍ରୀ ଗଣେଶ ଙ୍କର ପୂଜା କରିଛନ୍ତି। ତେବେ ଗଣେଶ ପୂଜାର ଏହି ଶୁଭ ଦିନରେ କିଛି ପୂର୍ବତନ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇ ସ୍କୁଲ ରେ ପୂଜା କରିଥିଲେ। ବ୍ରଜରାଜନଗର ଅଞ୍ଚଳରେ ବିଭିନ୍ନ ପୂଜା ମଣ୍ଡପ ରେ ଗଣେଶ ପୂଜା ବେସ ଧୁମ ଧାମରେ ଚାଲିଛି  ଲମଟିବାହାଲ ରେ ପେଣ୍ଡାଲଟି କେଦାରନାଥ ମନ୍ଦିର ସଦୂଶ ପରି ପେଣ୍ଡାଲଟି ବେଶ ଆକର୍ଷଣ ହେଉଛି।

Latest News