Breaking News

ଝାରସୁଗୁଡା ମ୍ୟୁନିସିପାଲିଟିରେ ସର୍ବ ଭାରତୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ

Date:31-08-2019



ଓଜସ୍ଵୀ ଝାରସୁଗୁଡା:ଝାରସୁଗୁଡା ମ୍ୟୁନିସିପାଲିଟିରେ ସର୍ବ ଭାରତୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ମ୍ୟୁନିସିପାଲିଟି ସମ୍ମୁଖରେ ଥିବା ଟାଉନ ହଲ ଠାରେ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ନଗରପାଳ ତାପସରାୟ ଚୌଧୁରୀ , ପୂର୍ବତନ ନଗରପାଳ ହରିଶ ଗଣତ୍ରା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ମାଲ୍ୟାର୍ପଣ କରିଥିଲେ । ଏହା ପରେ ମ୍ୟୁନିସିପାଲିଟି ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ,ପୌରପରିଷଦର ସମସ୍ତ ୱାର୍ଡ କାଉନସିଲର ଏବଂ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଞ କର୍ମଚାରୀ ବୃନ୍ଦଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Latest News