Breaking News

ଝାରସୁଗୁଡା ରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଵୋଧନ କାର୍ଯ୍ୟକ୍ରମ ।

Date:29-08-2019




ଓଜସ୍ଵୀ ଝାରସୁଗୁଡ଼ା : ନିର୍ବାଚନ କମିଶନଙ୍କ ନିର୍ଦେଶ କ୍ରମେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ସକାଶେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପ ଜିଲ୍ଲାପାଳ ଶିବ ଟପ୍ପୋ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନଙ୍କ ସମେତ ଵିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ବୈଠକର ବିବରଣୀ ଅନୁଯାୟୀ ଆସନ୍ତା ଅକ୍ଟୋବର ୧୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶିତ ହେବ।ସେହିପରି ଭୋଟର ତାଲିକାରେ ନାମ ଯୋଗ କରିବା,ବାଦ ଦେବା,ଗୋଟିଏ ବୁଥରୁ ଅନ୍ୟ ବୁଥକୁ ନିଜ ନାମ ଦରଜ କରାଇବା ଇତ୍ୟାଦି ସଂଶୋଧନ ସକାଶେ ଅକ୍ଟୋବର ୧୫ରୁ ସେପ୍ଟେମ୍ବର ୩୦ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ କରାଯିବ।ସେପ୍ଟେମ୍ବର ମାସ ୨ତାରିଖ(ଶନିବାର),୩ତାରିଖ(ରବିବାର),୯ତାରିଖ(ଶନିବାର) ଓ ୧୦ତାରିଖ(ରବିବାର)ରେ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।ତା୦୧.୦୧.୨୦୨୦ରୁ ୧୫.୦୧.୨୦୨୦ରିଖ ମଧ୍ୟରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।ତୃତିମୁକ୍ତ ଭୋଟର ତାଲିକା ଓ ଶତ ପ୍ରତିଶତ ମତଦାନ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଥିଲେ।ସମସ୍ତ ରାଜନୈତିକ ଦଳ ସେମାନଙ୍କର ବୁଥ ସ୍ତରୀୟ ଏଜେଣ୍ଟମାନଙ୍କର ତାଲିକା ଦାଖଲ କରିବା ଦିଗରେ ସହଯୋଗ କାମନା କରିଥିଲେ।ତ୍ରିନାଥ ଗୁଆଳ, ପିଣ୍ଟୁ ପାଢ଼ୀ,ସୁନୀଲ ପଣ୍ଡା,ମନୀଷ ବାଜପାଇ,ଶଙ୍କର ପାତ୍ର ପ୍ରମୁଖ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିଲେ। 
    

Latest News