Breaking News

ରାତିସାରା ଅନିଦ୍ରା ରହି ଧାଡି ବାନ୍ଧି ଠିଆ ହେଉଛନ୍ତି ଚାଷୀ !

Date:29-08-2019



ଓଜସ୍ଵୀ ଲଇକେରା: ରାତିସାରା ଅନିଦ୍ରା ହେଉଛନ୍ତି ଚାଷୀ।ଗତ ୨୦୧୭-୧୮ ମସିହାରେ ସରକାରଙ୍କ ଋଣ ଛାଡ ସୁଯୋଗ ରୁ ଫାଇଦା ପାଇଁ ନଥିବା ଚାଷୀଙ୍କ ମଧ୍ୟରେ ଦେଖା ଯାଉଛି ଏହି ଭଳି ଅବସ୍ଥା।ଲାଇକେରା ସ୍ଥିତ ସମ୍ବଲପୁର ଜିଲ୍ଲା କେଂନ୍ଦ୍ରିୟ ସମବାୟ ସମ୍ମୁଖରେ ଲାଗୁଛି ଲମ୍ବା ଧାଡି। ୨୦୧୭-୧୮ ଆର୍ଥିକ ବର୍ଷର କୃଷି ଋଣ ଛାଡ ବାବଦ ଅର୍ଥ ପାଇବାକୁ ଲାଗୁଛି ଭିଡ।କାରଣ ବ୍ୟାଙ୍କ ଖୋଲିବା ପରେ ବହୁ ସଂଖ୍ୟାରେ ଚାଷୀଙ୍କ ଭିଡ ମଧ୍ୟରେ ସମୟ ଶେଷ ହେଉୟହିବାରୁ ଅନେକ ଚାଷୀ ହତାଶ ହୋଇ ଫେରୁଥିବାରୁ ତୁରନ୍ତ ଟଙ୍କା ପାଇବାକୁ ବ୍ୟଗ୍ର ଚାଷୀ ଗତରାତିରେ ବ୍ୟାଙ୍କ ସମ୍ମୁଖରେ ରାତି ଅନିଦ୍ରା ହୋଇ ଲାଇନ ଲଗାଇଛନ୍ତି।ଲାଇକେରା, କିର୍ମିରା,କୋଲାବିରାରେ ବ୍ଲକର ୧୧ଟି ସୋସାଇଟି ଅଧୀନରେ ୨୦ ହଜାରରୁ ଅଧିକ ଚାଷୀ ଏହି ଅର୍ଥ ପାଇଅବକୁ ହକଦାର ଥିବା ବେଳେ ସେମାନଙ୍କୁ ଟଙ୍କା ଦେବାରେ ସାହାଯ୍ୟ କରିବାକୁ ଦଲାଲ ସକ୍ରିୟ ହୋଇଛନ୍ତି।ପରିସ୍ଥିତି ଏପରି ହୋଇଛି ରାତିରେ ଦଲାଲ ମାନେ ଇଟା ଖଣ୍ଡିଏ ରଖି ଚାଷୀ ମାନଙ୍କ ଠାରୁ 5ଶହରୁ ହଜାରେ ଟଙ୍କା ଲେଖାଏଁ ଆଦାୟ ମଧ୍ୟ କରୁଛନ୍ତି।

Latest News