Breaking News

ଝାରସୁଗୁଡା ରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ

Date:29-08-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା  ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ତରଫରୁ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ହୋଇଯାଇଛି । ଜଲ୍ଲାରେ କ୍ରୀଡା ଏବଂ ଖେଳାଳୀ ମାନଙ୍କର ସୁରକ୍ଷା ଓ ବିକାଶ ହେବ ସେ ବିଷୟ ଉପରେ ଅତିଥି ମାନେ ନିଜ ଅଭିଭାଷଣ ରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଡି ଡିଆରଡିଏ ତପିରାମ ମାଝି ଯୋଗ ଦେଇଥିବା ଵେଳେ ସମ୍ମାନିତ ଅତିଥି ଭାବେ ତାପସ ରାଏ ଚୌଧୁରୀ ଯୋଗ ଦେଇଥିଲେ ଏବଂ ଜିଲ୍ଲାର ଅନେକ କ୍ରୀଡାବିତ ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଭାରତ ଅଭିଯାନ ଲାଇଭ୍ ଟେଲିକାଷ୍ଟ ଲଞ୍ଚିଂ କାର୍ଯ୍ୟକ୍ରମ ରହିଥିଲା ।

Latest News